STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଏଇ ଜୀବନେ

ଏଇ ଜୀବନେ

1 min
307

ଇଟା, ମାଟି ଘର ଭାଙ୍ଗିଗଲେ ସିନା

ନୂଆ ଘର ଦେବ ଗଢ଼ି

ଜୀବନର ସୁନା ସପନ ଭାଙ୍ଗିଲେ

କିଏ ଦେବ ତାକୁ ଯୋଡ଼ି


ପିନ୍ଧିଥିବା ଲୁଗା ଛିଣ୍ଡି ଗଲେ ସିନା

ଦରଜି ଦବ ସିଲାଇ

ସମ୍ପର୍କରେ ଯଦି ଫାଟ ସୃଷ୍ଟି ହେଲା

କିଏ ଦବ ପୁଣି ମିଳାଇ


କଳା ଦାଗ ଗୋରା ମୁହଁରେ ଲାଗିଲେ

ସାବୁନରେ ଧୋଇ ଗୋରା ଦିଶିବ

ଚରିତ୍ରରେ କଳା ଦାଗ ପଡିଗଲେ

କେଉଁ ସାବୁନରେ ସଫା କରିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract