ଏହୁ କେଉଁ ବିଭୀଷିକା
ଏହୁ କେଉଁ ବିଭୀଷିକା
ହୁଏ ଜନସେବା ସୁସଜ୍ଜିତ ରାଷ୍ଟ୍ର
ଗୁଞ୍ଜେ ଗୌରବର ଗାଥା
ନଜର ପଡିଛି ବିଶ୍ୱବାସୀଙ୍କର
ଭାରତ ଶାସନ କଥା !!
ତଥାପି! କେଉଁ ବିଭୀଷିକା ଏବେ ଦେଶେ
ନେତା ମିଳୁଛନ୍ତି କେଉଁ ଆଶେ
ମିଳନ କି କିବା ସ୍ବାର୍ଥ ବଶେ !
ଭ୍ରଷ୍ଟାଚାର ଯୋଗୁଁ ନେତା ସଙ୍ଗଠିତ
ସତ୍ତାର ପାଇଁ ଜଡ଼ିତ
ଭଲର ବିରୋଧେ ଅନ୍ୟାୟୀ ମିଳିତ
ନେତ୍ରେ ଦିଶେ ସବୁ ତ !!
ଆମକୁ ! ସବୁ କିଛିରେ ବୁଝି ହୁଏତ
ଭଲକୁ ସମର୍ଥନ ଦେବା ତ
ଡିଜିଟାଲଟି ଆମ ଭାରତ!
ବ୍ରହ୍ମାଣ୍ଡ ସାରା ହେ ଗୁଞ୍ଜୁଛି ସମ୍ମାନ
ଭାରତ କେତେ ମହାନ
ନିତି ସମ୍ମାନିତ ସର୍ବୋଚ୍ଚ ସମ୍ମାନେ
ଜନତା ତହିଁ ପ୍ରସନ୍ନ !!
କରନ୍ତି ! ଗର୍ବିତ ଆମ ଦେଶ ପ୍ରଧାନ
ଖୁସିରେ ଟି ଜନ ଜନାର୍ଦ୍ଦନ
ନାହିଁ ଅଭାବ ଓ ଅନାଟନ !
ସବୁ କ୍ଷେତ୍ର ଯହୁଁ ରାଷ୍ଟ୍ରର ଉନ୍ନତ
ନୂଆ ଯହିଁ ଆବିଷ୍କାର
ଆତ୍ମନିର୍ଭର ଟି ସାଜିଛି ଭାରତ
>
ଦିଶେଟି ଗାଆଁ ସୁନ୍ଦର !!
ସ୍ବାଧୀନ ! ଭାଇ ଗାଆଁ ଟି ଏବେ ହୋଇଛି
ସୁବିଧା ତାଙ୍କୁ ସବୁ ମିଳୁଛି
ଶାସନ ଜନ ହିତେ ହେଉଛି !
ଭ୍ରଷ୍ଟାଚାରୀ ନେତା ହୁଏ ଆତୁର
ସତ୍ତା ଚିନ୍ତା ହିଁ ମାତର
ଭାଇ ମିଳୁଛନ୍ତି ହୋଇଣ ଚତୁର
ବିରୋଧ ସଦା ତାଙ୍କର !!
ସମୟ ! ଆସିଛି ଏ ପରା ବୁଝିବର
ଜ୍ଞାନ ଓ ବୁଦ୍ଧି ଜାଗ୍ରତ କର
ଭଲ ପାଇଁ ରେ କର ବିଚାର !
ଅମୃତ ଏ କାଳ ଆଣିଛିରେ ଯିଏ
ରାଷ୍ଟ୍ର କଲା ଶକ୍ତିଶାଳୀ
ଯା'ର କାର୍ଯ୍ୟ ବଳୁ ସମ୍ମାନ ଦେଶର
ଦେଇଛି ବୈଭବେ ବୋଳି!!
ବିଚାର ! କର ବନ୍ଧୁ ହେ ଏବେ ନିଜର
ଖୁସି ଆଣିବ କିଏ ଆମର
ସମର୍ଥନ ଟା କରିବା କା'ର !
ଭ୍ରଷ୍ଟାଚାରୀ କିବା କରିବ କି ଭଲ
ବହୁତ ଦେଖିଛ କାଳ
ଅତୀତ ବର୍ତ୍ତମାନ ଦେଖିଛ ତୁମେ
ଅମୃତ ପରା ଏ କାଳ !!
ହସ୍ତରେ!! ସବୁତ ଅଛି ବନ୍ଧୁ ତୁମର
ଜ୍ଞାନୀ ହୋଇଣ ବିଚାର କର
ଦେବ ପ୍ରମାଣ ଚକ୍ଷୁ ତୁମର !