STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଏହି ସେହି ଦେଶ

ଏହି ସେହି ଦେଶ

1 min
166


ଯେ ଦେଶର ନଦୀ ମାତା ରୁପେ ପୂଜା

ଉଡ଼େ ଯହିଁ ନିତି ଶାନ୍ତି ମୈତ୍ରୀ ଧ୍ବଜା

ସମ୍ବିଧାନ ଯା'ର ଗାଏ ସାମ୍ୟ ଗାନ

ବିଶ୍ୱେ ବିତରିଛି ଚାରି ଶ୍ରୁତି ଜ୍ଞାନ


ଯେ ଦେଶ କୁମର ଲଘିଂ ପାରାବାର

ବିପଣନ କରେ ଐଶ୍ୱର୍ଯ୍ୟ ସମ୍ଭାର

ସାରା ବିଶ୍ବ ଦେଖେ କୁଟୁମ୍ବ ସମାନ

କୋଳେ ଲଭି ମାତା ଲଭେ କଳ୍ପ ଧନ


ନରନାରୀ ଯହିଁ ପୁରୁଷ ପ୍ରକୃତି

ରଚନା କରନ୍ତି ବିଜୟର ଗୀତି

ଏକ ବିନା ଆନ ହୁଏ ନାହିଁ ପୂର୍ଣ୍ଣ

ଦୁଇ ତନୁ ସିନା ଏକହିଁ ଜୀବନ


ଏହି ସେହି ଦେଶ ଜଗତ ବିଦିତ

ଜମ୍ବୁଦୀପ ମଧ୍ୟେ ତା ନାମ ଭାରତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract