STORYMIRROR

Anam Charan Sahoo

Abstract

4  

Anam Charan Sahoo

Abstract

ଏହି ରୋଗ ପ୍ରତିକାର

ଏହି ରୋଗ ପ୍ରତିକାର

1 min
286


ଜନନୀ ମୋହର ନ ଆସନ୍ତି ପାଶ

ବିଦେଶୁ ଫେରିଛି ବୋଲି

ଅଲଗା ବଖରା କରିଛନ୍ତି ସଫା

ଦରଜା ତାହାର ଖୋଲି।

ଭାଇ ଦେଖିଦେଲେ କୁଣ୍ଢାଇ ପକାଏ

ଏବେ ସେ ସରାଗ ନାହିଁ

ଦୁଇହାତ ମାପି ଦୂରେ ଠିଆ ହୋଇ

କଥା କହେ ମୁଖ ଚାହିଁ।

ପୁତୁରା ଝିଆରୀ ବଡ଼ ହୁସିଆରି

ଡାକିଲେ ଆସନ୍ତି ନାହିଁ

ସନ୍ଦେହ ଚକ୍ଷୁରେ ଦେଖନ୍ତି ସଭିଏଁ

ସତେ ପରଦେଶୀ ମୁହିଁ।

ସାଇପଡିଶାର ଯେତେ ଗୁରୁଜନ

ଚାହାନ୍ତି ଜବାବ ମୋର

ଯେଉଁଠୁ ଆସିଛି ସେହି ଅଞ୍ଚଳଟି

କି ପ୍ରଭାବ କରୋନାର!

ଚଉଦ ଦିବସ ସଙ୍ଗରୋଧ ବାସ

ହୋଇଲା ମୋ ପାଇଁ ସାର

ସରକାରଙ୍କର ନିୟମ ପାଳନ

ଏହି ରୋଗ ପ୍ରତିକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract