STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ଏଡ୍ସ ନିରାକରଣ

ଏଡ୍ସ ନିରାକରଣ

1 min
341

ବେଳୁ ହୁଅ ସାବଧାନ ମୋର ଛୋଟ କୁହା ମାନ

ଅସତ ପଥରେ ଜମା ଦିଅନା ମତ୍ତି

ପାଦ ଥରେ ଗଲେ ଖସି ନ ପାରିବ ଆଉ ହସି

ତଳକୁ ତଳକୁ ଯିବ ଜୀବନ ଗତି

ଅଢେ଼ଇ ଦିନର ଜୀବନ

ଭଗବାନ ପାଦେ ନିଅ ତୁହି ଶରଣ


ଭୁଲି ପରକୀୟା ପ୍ରୀତି ନିଜ ନାରୀ ସଙ୍ଗେ ରତି

ମନ ସାଥେ ମନ ରଖ ନ ବରି ଆନ

ପୁରୁଷ ପ୍ରକୃତି ବେନି ଜାତ ଦୁହେଁ ପ୍ରେମ ଘେନି

ଆକର୍ଷନ୍ତି ପରସ୍ପରେ ଦେଇ ଧିଆନ

ସ୍ଥିର କରି ଚଞ୍ଚଳ ମନ

ଜାଳନାହିଁ ଅକାରଣେ ହୃଦୟ ବନ


କରିବ ଉଷୁମ ପାଣି ଧୋଇବ ଛୁଞ୍ଚିକୁ ଜାଣି

ଅଦୃଶ୍ୟ ସେ ଅଣୁଜୀବ ହାରେ ପରାଣ

ହେବ ରୋଗ ଉପଶମ ଅକାଳେ ନନେବ ଯମ

ରୋଗ ପ୍ରତିଷେଧ ଶକ୍ତି ରଖେ ଜୀବନ

ଆମ ପାଇଁ ସେ ବରଦାନ

ଡାକତରି ପାଠ ବାବୁ ବଡ଼ ଗହନ


ହେବୁରେ ଯେବେ ଖିଅର ନୂଆ ଏକ ବ୍ଲେଡ ଧର

ନାପିତ ହସ୍ତରେ ତାକୁ ଦେବୁ ସଅଳ

ମନରେ ନଥିବ ଭୟ ମନ ରହିଥିବ ଥୟ

ଅଘଟଣ ନଘଟିବ ମିଳିବ ବଳ

ଆମ ସ୍ବାସ୍ଥ୍ୟ ଆମ ଜୀବନ

ଆମେ ନ ନେଲେ ଆଉ କେ ନେବ ଯତନ


ଅଜଣା ଲୋକଙ୍କ ଠାରୁ ରହିଥିବ ବାବୁ ଦୂରୁ

କେବେ ନକର ଶୋଣିତ ଜାଣି ଗ୍ରହଣ

ଡାକତରି ଉପାୟରେ ପରୀକ୍ଷା କରିବ ବାରେ

ଅଛି କିବା ନାହିଁ ସେଥି ଏଡ୍ସ କାରଣ

ଏଡ୍ସ ରୋଗ ନର୍କ ସମାନ

ଆୟୁଷ ଥାଇରେ ବାବୁ ନିଏ ପରାଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract