STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ଏବେବି ରାବଣ ବଞ୍ଚିଛି

ଏବେବି ରାବଣ ବଞ୍ଚିଛି

1 min
11



ତ୍ରେତୟାରେ ଥିଲା, ଗୋଟିଏ ରାବଣ

ମହା ପ୍ରତାପୀ ଅସୁର,

ଏବେ ମାଳ ମାଳ, ଗାଆଁ ଗହଳିରେ

ସହର ଗଳିକନ୍ଦିର।       

ଦିନ ଦ୍ବିପହରେ, ବିଚ ରାସ୍ତା ପରେ,

କରନ୍ତି ହତ୍ୟା,ଲୁଣ୍ଠନ,

ମାଆ ଭଉଣୀଙ୍କ, ଲୁଣ୍ଠନ୍ତି ଇଜ୍ଜତ

କରି ସର୍ବସ୍ବ ହରଣ।

ହତ୍ୟା,ରାହାଜାନୀ,ଧର୍ଷଣ,ଲୁଣ୍ଠନ

ଅଟଇ ତା'ଙ୍କବେଉଷା

ହେଲେ କାରାବାସ,ଭିଆଇପି ମାନ୍ୟ

ରିମୋଟେ ଚଳାନ୍ତି ପେଷା।

ସବୁ ଦେଖି ଅନ୍ଧ,ଆଜିର ସମାଜ

କରନ୍ତିନି ପ୍ରତିରୋଧ,

ରାବାଣମାନଙ୍କ,ମନ ବଳି ଯାଏ

କରିବାରେ ଅପରାଧ।

ଭଦ

୍ର ମୁଖା ପିନ୍ଧି, କେତେକ ରାବଣ

ଘୁରି ବୁଲନ୍ତି ସମାଜେ।                       

   ମୁଖା ଦେଲେ ଖୋଲି,ବଳେ ଯିବେ ମିଳି

ଆଉ ନ ଫେରିବେ ଲାଜେ ।

ମୁଖେ ରାମ ରାମ, ମଥାରେ ତିଳକ

ଉପରକୁ ଭଦ୍ରପଣ

ସାଜି ବହୁରୂପୀ, ମଧୁର ଆଳାପୀ

କରନ୍ତି ଜନ ଶୋଷଣ।

କୋମଳ ବଚନେ, ହରିଥାନ୍ତି ମନ 

ଭିତରେ କାଟନ୍ତି ଗୋଛି,

ଭଦ୍ର ସମାଜର, ଅଭଦ୍ର ଏମାନେ

ଲୋକେ କରିଥାନ୍ତି ଛିଃ ଛିଃ ।



Rate this content
Log in

Similar oriya poem from Inspirational