STORYMIRROR

Satyabati Swain

Romance

4  

Satyabati Swain

Romance

ଏବେ ମୁଁ ତୁମ ପ୍ରେମରେ

ଏବେ ମୁଁ ତୁମ ପ୍ରେମରେ

1 min
418

ହୁଏତ ତୁମେ ଭୁଲି ଯାଇଥିବ

ମୋର କିନ୍ତୁ ମନେ ଅଛି

ତୁମଙ୍କୁ ଦେଖି

ମୋ କଲମ 

ତତ୍ କାଳ କେତେ କଣ ଲେଖିଯାଏ

ଏମିତି କରିବାକୁ ତୁମେ ନୀରବରେ

ମୋତେ ଉସ୍କାଅ

ମୋତେ ଆଗକୁ ବଢିବାକୁ

ପରୋକ୍ଷରେ ପ୍ରେରଣାର ଉତ୍ସ ହୁଅ

ମୋ ସହ ମୋ ଭାବକୁ ନେଇ ଭାସେ

ଭସାଇ ନିଏ କାହିଁ 

ମାଟିରୁ ଆକାଶ

ଇନ୍ଦ୍ରଧନୁରୁ

ପ୍ରଜାପତି ଯାଏ ।


ଇଙ୍ଗିଲିସ ମୋର

ସର୍ବକାଳୀନ ବନ୍ଧୁ

ତୁମର ଇଙ୍ଗିଲିସ ଅନର୍ସ

ଜାଣିଲା ପରେ

ମୋ ଆତ୍ମୀୟତା

ମେଘ ସେପାଖେ ଉଡିଲେ

ନଇଁ ପଡିଲା

ମୋ ମନ ଆତ୍ମା

ତୁମରି ପାଦ ତଳେ

ମୋ ଅଜାଣତେ

ମନ ପକ୍ଷୀ ମୋର

ତୁମ ପଞ୍ଜୁରୀ ରେ

ବସା କରି ରହିଗଲା ।


ବ୍ୟକ୍ତିଗତ ଭାବେ

ତୁମେ ବିଲକୁଲ୍ ଅଚିହ୍ନା

କିନ୍ତୁ ଜଣା

ତୁମେ ଗୋଟେ ପ୍ରେମର ବଳୟ

ମୋ ଚାରି ପାଖର

ମୁଁ ଆମୋଦିତ

ଉଲ୍ଲସିତ ହୁଏ 

ତୁମକୁ ଦେଖିଦେବା ମାତ୍ରେ

ସାଙ୍ଗ ମାନେ କୁହନ୍ତି 

ମୁଁ କାଳେ ତୁମକୁ ପ୍ରେମ କରେ

ସତରେ ମୋର ଅନୁଭବ ହୁଏ

ଏବେ ମୁଁ ତୁମ ପ୍ରେମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance