Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Tragedy

3  

Bharatabandhu Biswal

Romance Tragedy

ଏ ଟିକେ ହସନା

ଏ ଟିକେ ହସନା

1 min
138


ଲାଜବତୀ କନ୍ୟା ପ୍ରେମ ପ୍ରୀତି ବନ୍ୟା

    ସୁନ୍ଦର ପ୍ରିୟା ଭାବନା

ନାହିଁ ଏତେ ରାତି  ସବୁଜ ସପନ

   ରୂପେଲି ମଧୁ ଜୋଛନା ।


ସରୁ ଓଢଣୀରେ ଦିଶୁନାହିଁ ମୁହଁ

  ଓଷ୍ଠ ଧାରେ ମଧୁ ହାସ୍ୟ

ତ୍ରସ୍ତା ହରିଣୀର  ପ୍ରାୟେକ ମୋ ପ୍ରିୟା

    ଉଦବିଗ୍ନା ଉର୍ଦ୍ଧ୍ୱଶ୍ୱ।ସ ।


ଶୁଭୁ ନାହିଁ ଏବେ  ରୁଣୁଝୁଣୁ ଶବ୍ଦ

   ତୋଳୁନି ଘୁଙ୍ଗୁର ଛନ୍ଦ

ଉଡ଼ି ପାରୁନାହିଁ  ନୀଳ ଆକାଶରେ

   ସ୍ୱଚ୍ଛନ୍ଦେ ମନ ବିହଙ୍ଗ ।


ସବୁ ରାତ୍ର ଦିନ  ଉଆଁସ ଅନ୍ଧାର

    ମୁହଁକୁ ମୁହଁ ଦିଶେନା

ଲାଗୁଅଛି ଦୁଃଖ  ତୁମ ପାଇଁ ବେଶୀ

  ନାହିଁ ମୋ ପାଇଁ ଶୋଚନା ।


ଭୟରେ ଆତୁର  ଝୁରେ ମନପକ୍ଷୀ

    ମନଖୋଲା କଥା ମନା

କେମିତି କହିବି  ଏ ଟିକେ ହସନା

   କାହିଁକି ଦେଖା ହେଉନା ।

  -------



Rate this content
Log in

Similar oriya poem from Romance