ଏ ତଥ୍ୟ ନ ଦେବ କହି
ଏ ତଥ୍ୟ ନ ଦେବ କହି
ଦେଖିଲ ତ ହନୁ ଲବ,କୁଶ ଏଠି
ସକୁଶଳେ ଛନ୍ତି ରହି ,
ପ୍ରଭୁଙ୍କ ଆଗରେ ଗୋପନ ରଖିବ
ଏ ତଥ୍ୟ ନ ଦେବ କହି
ଏହି ତପୋବନ ମୋ ଆଶ୍ରୟସ୍ଥଳ
ବାଲ୍ମୀକି ଋଷି ମୋ ପିତା ,
ସେନେହ ,ଶରଧା ଦେଇ ପାଳୁଛନ୍ତି
କରି ଆପଣା ଦୁହିତା
ପୁତ୍ରଙ୍କୁ ମୋହର ଶିକ୍ଷା ଦେଉଛନ୍ତି
ଶସ୍ତ୍ର ,ଶାସ୍ତ୍ର ,ବେଦ ଆଦି ,
ରାମାୟଣ ଗାନ ଅତି ଚମତ୍କାର
ଶ୍ରବଣ କରିବ ଯଦି
ବାଳୁତ ପିଲା ସେ ଧରିବନି ଦୋଷ
ତୁମ ସାଥେ କଲେ ଯାହା ,
ମହାବୀର ତୁମେ ନ ବୁଝି ନ ଶୁଝି
ବାନ୍ଧି ଆଣି କଲେ ଠିଆ
ଇଚ୍ଛା ହେବ ଯେବେ ଚାଲି ଆସୁଥିବ
ଶୁଣିବି ପ୍ରଭୁଙ୍କ କଥା ,
ସର୍ଵ କୁଶଳରେ ପ୍ରଜା ପାଳୁଛନ୍ତି
ଜାଣି ଦୂର ହେବ ଚିନ୍ତା
