STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ଏ କି ନିଳା କରୁ ଜଗତର ନାଥ

ଏ କି ନିଳା କରୁ ଜଗତର ନାଥ

1 min
226


କାହାକୁ କରୁଛ କୋଟିପତି ତୁମେ


କାହାକୁ କରୁଛ ଫକୀରଟି ତୁମେ,


କାହାକୁ ଯୋଡୁଛ ଅନ୍ୟାୟରେ ତୁମେ


ଏ କି ନିଳା କର ନିରାକାର ତୁମେ।୧।


କାହାକୁ କରୁଛୁ ସତ୍ୟଗାମୀ ତୁମେ


କାହାକୁ କରୁଛୁ ଧର୍ମଗାମୀ ତୁମେ,


କାହାକୁ ଦେଉଛୁ ଦର୍ଶନଟି ତୁମେ


ଏ କି ନିଳା କର ଜଗନ୍ନାଥ ତୁମେ।୨।


ବିଚ୍ଛିନ୍ନାଚଳକୁ ଦେଖୁନାହଁ ତୁମେ


ଭାଷାଶୂନ୍ୟ ଭୂମି କରିଲଟି ତୁମେ,


ତିଳେମାତ୍ର ଦୟା କରୁନାହଁ ତୁମେ


ଏ କି ନିଳା କର ଦୟାନିଧି ତୁମେ।୩।


ଓଡ଼ିଆ ପୁଅ ତୁ କି ନିଳା କରୁଛୁ


ବିଚ୍ଛିନ୍ନାଚଳକୁ ଭୂଲିହିଁ ଯାଇଛୁ


ଭାଷାର ମହତ୍ତ୍ଵ ଭୁଲିକି ଯାଇଛୁ


ଏ କି ନିଳା ପ୍ରଭୁ ନିତ୍ୟେ କରୁଛୁ।୪।


ଜନତାଙ୍କ ଡାକ ଶୁଣ ମହାବାହୁ


ଭାଷାର ପ୍ରଦୀପ ଜାଳ ମହାବାହୁ,


ଜ୍ଞାନର ପ୍ରକାଶ ଭର ମହାବାହୁ


ଅନୁଗ୍ରହ କର ପ୍ରଭୁ ମହାବାହୁ।୫।


ଘନଘନ ଅଶ୍ରୁ ନିତ୍ୟେ ବହୁଅଛୁ


ତହରି ବାଟକୁ ନିତ୍ୟେ ଦେଖୁଅଛି,


ଭାଷାର ପ୍ରଦୀପ ନିତ୍ୟେ ଜାଳୁଅଛି


ତହରି ଚରଣେ ନିତ୍ୟେ ଭଜୁଅଛି।୬।


ଜ୍ଞାନର ମନ୍ତ୍ରକୁ ଭର ମହାପ୍ରଭୁ


ଭାଷାର ଚନ୍ଦନ ବଳ ମହାବାହୁ


ମାନ ସମ୍ମାନର କ୍ରୀତ ଭର ପ୍ରଭୁ


ବିଚ୍ଛିନ୍ନାଚଳକୁ ଦୟା କର ପ୍ରଭୁ।୭।


କାହାକୁ କରୁଛ କୋଟିପତି ତୁମେ


କାହାକୁ କରୁଛ ଫକୀରଟି ତୁମେ


କାହାକୁ ଯୋଡୁଛ ଅନ୍ୟାୟରେ ତୁମେ


ଏ କି ନିଳା କର ନିରାକାର ତୁମେ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy