STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଏ କେଉଁ ନୂତନ ଧରା

ଏ କେଉଁ ନୂତନ ଧରା

1 min
2.9K

ଆଶା ଆକାଶରେ ଉଜ୍ଵଳି ଉଠଇ

ଏ କେଉଁ ନୂତନ ଧରା

ମନ ଗଗନ ରେ ଉଦୟ ହୁଅଇ

କହ କେଉଁ ଧୃବତାରା

କାହି ସେହି ଧରା କାହିଁ ସେ ଆକାଶ, ଖୋଜୁଛି ଏ ମନ ପାରା

ଆଶା ଆକାଶରେ ଉଜ୍ଵଳି ଉଠଇ,  ଏ କେଉଁ ନୂତନ ଧରା ।।

ଏ କେଉଁ କାନନୁ ବହୁଛି ମଳୟ

ଫୁଟିଛି ଆଶାର ଫୁଲ 

ବସନ୍ତ ପ୍ରକାଶେ ପରଭୃତ ଡାକେ

ବସି କେଉଁ ଚୁତ ଡାଳ

ଗୁଣୁ ଗୁଣୁ ତାନେ ମଧୂର ମୂର୍ଚ୍ଛନା, ଗାଏ ସେ କେଉଁ ଭ୍ରମରା 

ଆଶା ଆକାଶରେ ଉଜ୍ଵଳି ଉଠଇ,  ଏ କେଉଁ ନୂତନ ଧରା ।।

କାହିଁ ଶାନ୍ତି କାହିଁ ପ୍ରୀତି ରେ ମନୁଆ

ଖୋଜୁଅଛି ନିତି ଦିନ

ଖୋଜୁଛି ସେନେହ ସରାଗ ରେ ବନ୍ଧୁ

ଲାଗଇ ସାତ ସପନ

ବିକଳ ଜୀବନ ବିକଳେ ପରାଣ, ଖୋଜୁଛି ଟିକେ ଆଶରା

ଆଶା ଆକାଶରେ ଉଜ୍ଵଳି ଉଠଇ, ଏ କେଉଁ ନୂତନ ଧରା ।।

କାହିଁ ସେ ଆକାଶ କାହିଁ ସେହି ତାରା

କାହିଁ ସେ ଶୀତଳ ଜ୍ୟୋସ୍ନା

ବିତିଯାଏ ରାତି କହ କାହିଁ ସାଥି

ଶୁଭ୍ରାଂଶୁ ଉଦୟ ହୁଏନା

ମନ ସରସୀ ରେ କୁମୁଦିନୀ କିମ୍ପା, ଢାଳଇ ଲୁହର ଅସରା

ଆଶା ଆକାଶରେ ଉଜ୍ଵଳି ଉଠଇ,  ଏ କେଉଁ ନୂତନ ଧରା ।।

ସତେ କି ଜୀବନେ ନବିନ ସୂର୍ଯ୍ୟ

ଏଇ ମନ ଆକାଶରେ 

ଜହ୍ନ ଉଇଁବ ଅନ୍ଧାର ଚିରି 

ଖେଳିବ ତାରକା ମେଳେ

ଝରିବ ଶୀତଳ ଜୋଛନା କୁମୁଦେ, ଖେଳିବ ସରସୀ ସାରା

ଆଶା ଆକାଶରେ ଉଜ୍ଵଳି ଉଠଇ, ଏ କେଉଁ ନୂତନ ଧରା ।।

ମଧୂର ମନ୍ଦ ମଳୟ ଲହରେ

ଫୁଟିବ ଆଶାର ଫୁଲ

ଗାଇବ କୋଇଲି ନବ ବସନ୍ତ ର

ନବ ଉନ୍ମେଷେ ତାର

ଶାନ୍ତି ବିରାଜିବ ନୂତନ ପୃଥ୍ଵୀ ରେ, ଭାଙ୍ଗି ଏ ରୁନ୍ଧ କାରା

ଆଶା ଆକାଶରେ ଉଜ୍ଵଳି ଉଠଇ, ଏ କେଉଁ ନୂତନ ଧରା ।।

ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract