STORYMIRROR

Kali Kumar

Abstract Romance Classics

3  

Kali Kumar

Abstract Romance Classics

ଏ କେମିତି କା ପ୍ରଶ୍ନ ?

ଏ କେମିତି କା ପ୍ରଶ୍ନ ?

1 min
215

କେଇ ମୁହୂର୍ତ୍ତ ପୂର୍ବରୁ

ମୁଖରିତ ହୋଇ ଉଠିଥିବା

ପ୍ରଗଳଭା ହୃଦୟଟା,

ହଠାତ୍ ! ଆଶ୍ଚର୍ଯ୍ୟଜନକ ଭାବରେ

ମ୍ରିୟମାଣ ହୋଇଗଲା

ତୁମର ଏମିତି ଏକ ପ୍ରଶ୍ନ !

" ଏ କେମିତି କା ପ୍ରଶ୍ନରେ?"

ସବୁଆଡ଼େ ଖେଳିଗଲା

ନୀରବ ନିସ୍ତବ୍ଧତା

ଆକାଶ ବ୍ୟାପି ଶୂନ୍ୟତା

ସେଇ କେଇ ମୁହୂର୍ତ୍ତରେ ।।

ମୁଁ ଆଉ ମୁଁ ହୋଇ ରହିଲି ନାହିଁ !

ଚାରିଆଡେ ବିଛେଇଗଲା

ନବ୍ୟ ଜନ୍ମିତ ଆଶା - ଆକାଂକ୍ଷାର

କୁଢ଼ କୁଢ଼ ଶବ ମାନ

ହରେଇ ବସିଲି ଧି- ଶକ୍ତି,

ପୁଣି ପୂର୍ବ ଅର୍ଜିତ ସମ୍ମାନ

ଆଉ କିଛି ଆଗ ପରି ରହିଲା ନାହିଁ

ସ୍ଥାଣୁ, ନିଃଶ୍ଚଳ ପାଲଟି

ମୁଁ ଆଉ ମୁଁ ହୋଇ ରହିଲି ନାହିଁ ।।

ନା ରହିଲା,

ଉତ୍ତର ଖୋଜିବାର ପ୍ରୟାସ

ନା ଆଶା ଭରସାର ଉଛ୍ୱାସ

ଶୁଷ୍କତାର ଉପକୂଳେ ନିକଟସ୍ଥ

ପ୍ରଗଳଭା ନଈ, ତା'ପରେ;

ମୁଁ ଆଉ ମୁଁ ହୋଇ ରହିଲି ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract