ଏ...କ'ଣ ରାଗିଗଲ କି
ଏ...କ'ଣ ରାଗିଗଲ କି
ଏ.... କ'ଣ ଏତେ ସବୁ ଭାବୁଛ
ମୁଣ୍ଡେ ହାତ ଦେଇ ବସି କି ?
ଭାବୁଛ ଯଦି ନିଜର
ହାଲୁକା ଲାଗିବ ମନ
କହିଦିଅ ମୋତେ ଖୋଲିକି ?
ଏ..... ମୋ କଥା ତୁମକୁ ଶୁଭୁଛି ?
ବସାଇଥିବା ଚାହା
ଉତୁରି ଯାଉଛି ପଶି ଚୂଲିକି,
ନ କହି ମନର କଥା
କରୁଥିବ ଯଦି ଚିନ୍ତା
ସତ ଶହେ ପ୍ରତିଶତ
ଭାବିପାର ତୁମେ ମିଛ
ଦୁଇ ଗୁଣ ବଢି କଷ୍ଟ ଦେବ ନାହିଁ କି ?
ହଁ...ମାନୁଛି ମୁଁ ଆସିଅଛି ଖାଲି ଖାଲି
ଆଣିନାହିଁ ବଜାରରୁ ସଉଦା ମୁଁ କିଣିକି ,
ଏବେ ନାହିଁ ପାଖେ ଅର୍ଥ ଖାଲି ମୋ ପାକିଟି
ଦୁଇ ତିନି ଦିନ ପରେ
ମିଳିଯିବ ମାସିକ ଦରମା ,
ଚିଠିର ଜିନିଷ ସବୁ ଆଣିଦେବି କିଣିକି
କିଛିଦିନ ଚଳିଯିବା ଆମେ ଟାଣିଟୁଣିକି ।
ଏ.... ମୁହଁ ଦିଶେ ଫଣଫଣ
କ'ଣ ରାଗିଗଲ କି ?
ଦେଖି ତୁମ ରୀତିନୀତି
ମନେ ଲାଗେ ବଡ ଭୀତି
ଚାଲିଗଲେ କାମକୁ ମୁଁ
ହେଉଥିବ ସୁଁଉ ସୁଁଉ
ଉପାସ ଭୋକେ ଶୋଇବ
ରାଗେ ମୁହଁ ମାଡିକି ।
ଏ....ମୁହଁ ପୋତି ବସ ନାହିଁ
ଶୁଣ ଥରେ କଥା ମୋର ଚାହଁ ମୋ ଆଡିକି
ଅଭାବ ତ ଅଛି ଆଜି ଦୂର ହେବ କାଲି କି ;
ମଣିଷର ମନ ଯଦି ଥିବ ଖୁସି
ଲାଗଇ ସବୁ ସୁନ୍ଦର
ମନେହୁଏ ପାଶେ ସବୁ ଭରପୂର ଅଛି
ଥରଟିଏ ହସି ଦେଖ
ଚେହେରା ବି ଉଠିବ ଚମକି ।
------

