STORYMIRROR

Tapaswini DashSarangi

Inspirational

3  

Tapaswini DashSarangi

Inspirational

ଏ ଜୀବନ କାକରବିନ୍ଦୁ

ଏ ଜୀବନ କାକରବିନ୍ଦୁ

1 min
247

ଶିଶିରସ୍ନାତ ପ୍ରତ୍ୟୁଷରେ 

ଘାସ ଗାଲିଚା ଉପରେ

ମୋତି ସମ ପ୍ରତ୍ୟୟ ହେଉଥିଲା 

କାକରର ବିନ୍ଦୁ।


ଅହମିକାରେ ଅନ୍ଧ ହୋଇ

ବୁଝିପାରୁନଥିଲା ନିଜ କ୍ଷଣଭଙ୍ଗୁର

କଳେବରର ଆୟୁଷକୁ।

ତାତ୍ସଲ୍ୟ କରିଚାଲିଥିଲା ସେ 

ବିଚରା ଦୂବଘାସକୁ।


ଅହଂକାରର ଅଟ୍ଟହାସ୍ୟରେ

ଶୁଭୁଥିଲା ହାମ୍ ବଡାର ଭାଷା

ଝିଙ୍ଗାରି ହୋଇ କହୁଥିଲା

ତା' ଔଜଲ୍ୟତାରେ କୁଆଡେ

କ୍ଷୁଦ୍ର ଘାସ ପାଇଛି ଏକ ନୂତନ ପରିଚୟ,

ଶୀତୁଆ ସକାଳକୁ ମଞ୍ଜୁଳ ମନୋରମ

କରୁଛି ସେ,

କବି ଭାବନାର ସାମ୍ରାଜ୍ୟକୁ 

ଋଦ୍ଧିମନ୍ତ କରିବାର ବଡ଼ପଣ

ସାଉଁଟି ଚାଲୁଥିଲା ସେ।


ହେଲେ କିଛି ମୁହୂର୍ତ୍ତ ଉତ୍ତାରୁ

ନୂତନ ବିକର୍ତ୍ତନର ତେଜଃଦୀପ୍ତି ଆଭାରେ

ତୁହିନ ପ୍ରଭାତ କୁହେଳୀ ଭିତରେ

ବିସର୍ଜନ ସମ ଅପସରି ଗଲା ତା' ଅହଂକାର 

ସୀମିତ ହୋଇଗଲା ତା' ବାଚାଳତା

ବୁଝିବା ଆଗରୁ ଅବୁଝା ହୋଇ ରହିଗଲା

ତା' ପରିସୀମାର ପରିମାପ।

ରେ ମାନବ!

ତୁଳନା କରି ଦେଖ୍ ନିଜ 

ଜୀବନ ସହ କାକର ବିନ୍ଦୁକୁ

ଭାଙ୍ଗିଯିବ ତୋ ଅହଂକାର

ମାପିଦେବୁ ତୋ ଜୀବନର ବ୍ୟାସାର୍ଦ୍ଧକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational