STORYMIRROR

Salila Sarangi

Inspirational

4  

Salila Sarangi

Inspirational

ଏ ଜୀବନ ଅଢେ଼ଇ ଦିନ

ଏ ଜୀବନ ଅଢେ଼ଇ ଦିନ

1 min
433

ଏ ଜୀବନ ଅଢେ଼ଇ ଦିନ ରେ ମନୁଆ

  କରିଯା କିଛି ସୁକର୍ମ

କାଳ ଛଞ୍ଚାଣ ଟି ଶୂନ୍ୟରେ ଉଡୁଛି

  କେବେ ଖୁମ୍ପି ନେଵ ପ୍ରାଣ।


ଜନ୍ମ ମୃତ୍ୟୁ ପରା ଚିରନ୍ତନ ସତ୍ୟ

  ଏହି ଅଳିକ ସଂସାରେ

ଧନ ଦାରା ସୁତ ସବୁ ଅଟେ ମିଛ

  କାହିଁ ତା ପଛେ ଭ୍ରମୁରେ।


ସୁନ୍ଦର ଶରୀର ହେଵ ନାରଖାର

   ଜରା ବ୍ୟାଧି କବଳରେ

 ନଇଁ ଯିଵ ଅଣ୍ଟା ସଳଖ ନ ହେଵ

  ଲୋଟି ଥୁଵୁ କତରାରେ।


କେତେ ବଳଶାଳୀ ଏ ମାଟିରେ ପରା

  ହୋଇଛନ୍ତି ଧରାଶାୟୀ

ସମୟର ଚକରେ ଗର୍ବ ଅହଙ୍କାର

 ଯାଇଛି ଯେ ପେଶି ହୋଇ।


ରତି ରତି କରି ସଞ୍ଚିତ ଯା କରି

  ଭଣ୍ଡାର କରିଛୁ ପୂର୍ଣ୍ଣ

ଶୂନ୍ୟ ହାତେ ପରା ସଂସାରେ ଆସିଲୁ

  ଯିବୁ ଶେଷେ ହୋଇ ଶୂନ୍ୟ।


ଦାନ ଧର୍ମ ପୂଣ୍ୟ ମହତ କରମ

  ସେଵା ଓ ପରୋପକାର

କରିଲେ ବାବୁରେ ଜନ ମାନସରେ

  ରହିବୁ ସଦା ଅମର।


କହି ମୋର ମୋର ଯାହାକୁ ନିଜର

  ବୋଲି ଭାବୁଛୁ ସଂସାରେ

ମଲା ଗଲା ବେଳେ କେହି ଜଣେ ହେଲେ

  ଯିବେ କି ତୋର ସାଥିରେ।


ଜୀବ ଯେବେ ଯିଵ ଶଵ ପଡିଥିଵ

   ଛୁଇଁଵେ ନାହିଁ ଟି କେହି

ଛଅ ଖଣ୍ଡ ବାଉଁଶ କୋକେଇରେ ଶେଷେ

  ନେଵେ ଶମଶାନ ଭୂଇଁ।


ଵାରଦିନ ପରେ ଯେ ଯାହା କର୍ମରେ

  ସର୍ଵେ ଵାହୁଡିଣ ଯିବେ

ସଞ୍ଚିତ ଦରଵ ଭାଗ ଭାଗ କରି

   ନିଜ ମଧ୍ୟେ ଵାଣ୍ଟିନେଵେ।


 ମାୟାର ପରଦା ହଟାଇ ଆଖିରୁ

  ବିଭୁ ପାଦେ ରଖ ଧ୍ୟାନ

ସେ ପରମପଦ ସେବା କଲେ ନିତ୍ୟ 

   ଜୀବନ ହୋଇବ ଧନ୍ୟ।


Rate this content
Log in

Similar oriya poem from Inspirational