Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ଏ ଜୀବନ ଅଢ଼େଇ ଦିନ

ଏ ଜୀବନ ଅଢ଼େଇ ଦିନ

2 mins
386



ମନରେ ତୁ ଆଉ ଅବୁଝା ହୁଅନା

ଅଢ଼େଇ ଦିନ ଜୀବନ

ଯାହାର ନିର୍ଦ୍ଦେଶେ ଆସିଛେ ଧରାକୁ

ପଞ୍ଚ ଭୂତେ ହେବା ଲୀନ ।


ଶ୍ରେଷ୍ଠ ଜୀବ କରି ଗଢିଛି ବିଧାତା

ଶ୍ରେଷ୍ଠତ୍ଵ ଦେଖା ରେ ମନ

ଆହାର ବିହାର ମୈଥୁନ ରେ ମନ

ସବୁ ଜୀବେ ଦୃଶ୍ୟ ମାନ ।


ଏନ୍ତୁଡି ଶାଳରୁ ମଶାଣି ପର୍ଯ୍ୟନ୍ତ

କେତେ ବାଟ ଅଗୋଚର 

ଅଢେଇ ଦିନର ଜୀବନକୁ ନେଇ

ଅଭିମାନ ତୁ ନ କର ।


ସ୍ରଷ୍ଟା ଛାଡି ଦେଲେ ଏଇ ରଙ୍ଗମଞ୍ଚେ

ଅଭିନୟ କରିବାକୁ

ସଙ୍ଗେ ଦେଇଥିଲେ ବିବେକଟି ତୋତେ

ଶ୍ରେଷ୍ଠତ୍ଵ ଦେଖାଇବାକୁ ।


ପଞ୍ଚନ୍ଦ୍ରିୟ ଦେଲେ କରିବାକୁ ମନ

ସୁ ଉପଯୋଗ ସଂସାରେ

ଆତ୍ମା ତ ଆମର ଜୀବନ ଆଧାର

ଚିହ୍ନିଲୁନି ମନ ଥରେ ।


ଆରେ ବାଇମନ ଜୀବନ କ୍ଷଣିକ

ନିଷ୍କାମ କର୍ମ କରି ଯା 

ମୋହ ଭଉଁରୀ କୁ ଯାଆ ନା ରେ ତୁହି

କର ନା କେବେ ପ୍ରତ୍ୟାଶା ।


ଧନ, ଦାରା, ସୂତ, ଶରୀର ସୌନ୍ଦର୍ଯ୍ୟ

କିଛି ନୁହେଁ ଚିର ସ୍ଥାୟୀ

ଯୌବନ ରେ ମତ୍ତ ହେଉଅଛୁ ସିନା

ଦିନେ ହେବୁ ଧରାଶାୟୀ ।


ଭୂମାରୁ ଭୂମିକୁ ଭୂମିରୁ ଭୂମାକୁ

ଗତି ଚିରନ୍ତନ ସତ୍ୟ

କାହାରି ଗରବ ରହିନି ମହିରେ

ନିଜକୁ ଟିକେ ପଚାର ।


ଅଢେଇ ଦିନର ଜୀବନକୁ ନେଇ

ବଡେଇ କଲେ କି ହେବ 

ଧନ ଦାରା ସୂତ ସଙ୍ଗରେ ନ ଯିବେ

ଏକା ଛାଡିବୁ ଏ ଭବ ।


ଆରେ ବାଇ ମନ ମୋର ବୋଲ ମାନ

ଆଜିକୁ କର ସୁନ୍ଦର

ହଜିଲା କାଲିକୁ ନ ଖୋଜ ମନୁଆ

ଆସନ୍ତା କାଲି ନ ଭାବ ।


ମାୟା, କ୍ରୋଧ, ହିଂସା, କପଟତା ଛାଡ଼ି

ସ୍ନେହ ଶ୍ରଦ୍ଧା ପ୍ରିତୀ ବାଣ୍ଟ

ଆଜି ଦିନଟିକୁ ମଧୁର କରିଲେ

ସବୁ ହେବ ମଧୁମୟ ।


ଆରେ ବାଇମନ ବିଧାତାଙ୍କ ଦାନ

ଆମରି ଏଇ ଶରୀର

ସେବା ଭାବନାରେ ସମର୍ପିତ କର

ଇଶ୍ଵର ଦତ୍ତ ଶରୀର ।


କର୍ମ କର୍ତ୍ତବ୍ୟ ର ବିବେକ ଆଧାର

ଆତ୍ମାର ଡାକ ଶୁଣି ଯା

ଏ ଭବ ଭୂମିରେ ଜନମ ନେଇଛୁ

ସଭିଙ୍କ ମନ ଜିଣି ଯା ।


ଇଶ୍ଵର ଦତ୍ତ ଏ ଶରୀରକୁ ତୁହି

ସମର୍ପିତ କରି ଯାଆ

ଏ ଜଗତ ପରା ତୋହରି କୁଟୁମ୍ବ

ସେବା ଦାନ କରି ଯାଆ ।


ସ୍ନେହ ସମ୍ମାନର ଅପୂର୍ବ ସ୍ରୋତରେ

ଜୀବନ ପହଁରି ଯାଆ

ପ୍ରେମର ପ୍ଳାବନେ ଏଇ ଦୁନିଆକୁ

ମଧୁମୟ କରିଯାଆ ।


ଅହଂ କୁ ଫୋପାଡ଼ି ସୋହଂ ଭରି ଦେଏ

ଜୀବନ ପବିତ୍ର ହେବ

ଚିନ୍ତା କୁ ଫୋପାଡ଼ି ଚେତନାକୁ ଦେଖ୍

ଜୀବନେ ଶାନ୍ତି ଭରିବ ।


ନିରାଶା କୁ ଛାଡ଼ି ଭରସା ହୋଇ ଯା

ତୋ ଆଖି ପାଇବା ଯାଏ

ଆତ୍ମା ର ସତ୍ତାକୁ ଅନୁଭବି ମନ

ବାଟ ଚାଲୁ ଥା ସହଜେ ।


ଆତ୍ମା ଆଧାର କୁ ନିରିମଳ ରଖି

ପାଦ ତୁ ପକା ସଧୀରେ

ମଣିଷ ଜୀବନ ସାର୍ଥକ କରି ଦେ

ସ୍ରଷ୍ଟାଙ୍କୁ ଆନନ୍ଦ ଦେଏ ।


ଆରେ ବାଇମନ ଶାନ୍ତି ଖୋଜି ଖୋଜି

କାହିଁକି ବାଇଆ ହେଉ

ଶାନ୍ତି ପରା ତୋର ଅନ୍ତରେ ସ୍ଥିତ ରେ

ଏ କଥା କି ଜାଣି ନାହୁଁ ।


ଆରେ ବାଇମନ ପ୍ରତ୍ୟାଶା ନ ରଖି

ସାହାଯ୍ୟ କରି ତୁ ଦେଖ

ଆତ୍ମସନ୍ତୋଷ ର ଚୌହଦୀ ଉପରେ

ଶାନ୍ତି ପାଇବୁ ଅନେକ ।


ଆରେ ବାଇମନ ଏକା ଆସି ଅଛୁ

ଏକଲା ତୁ ଚାଲି ଯିବୁ

କେହି ତୋ ସାଥିରେ ଯିବେନି ମନୁଆ

ସତ୍ କର୍ମକୁ ସଙ୍ଗେ ନେବୁ ।


ଅଢେଇ ଦିନର ଜୀବନ କୁ ଛାଡ଼ି

ଯେବେ ଦୁନିଆ ଛାଡିବୁ

ତୋ ସୁକର୍ମ ପାଇଁ ପ୍ରତିଟି ହୃଦୟେ

ଘର କରି ରହିଯିବୁ ।


ଆରେ ବାଇମନ କହୁଅଛି ଶୁଣ

ଶ୍ରେଷ୍ଠତ୍ଵ ବଜାୟ ରଖ

ଏ ରଙ୍ଗ ମଞ୍ଚରୁ ଶ୍ରେଷ୍ଠ କଳାକାର 

ହୋଇ ନେଏରେ ବିଦାୟ ।

    


Rate this content
Log in

Similar oriya poem from Inspirational