STORYMIRROR

Dr Baman Chandra Dixit

Abstract Classics

3  

Dr Baman Chandra Dixit

Abstract Classics

ଏ ଦିନ-ସେ ଦିନ

ଏ ଦିନ-ସେ ଦିନ

1 min
267


ଫେରେଇ ଦିଅ ମୋ ହଜିଲା ଦିନ

ଭୁଲି ଛାଡ଼ି ଆସିଥିଲି ସେଦିନ।


ଝାଟି ମାଟି କାଁଥ ଘର ଅଗଣା 

ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ଦିନ।


ଏରୁଣ୍ଡିରେ ବସି ମୁହଁରେ ମାଟି

ଛଡ଼େଇଲେ କାନ୍ଦି ଗଡ଼ିବା ଦିନ।


ମୁତୁରା ବୟସ ସନ୍ତରା ମାଟି

ପାହୁଲ କଚାଡ଼ି ଖେଳିବା ଦିନ।


କଉଡ଼ି କଣା କୁ ଅଧୁଳି କଣା

କମର ସୂତାରେ ବନ୍ଧା ସେ ଦିନ।


ପହିଲି ବରଷା ଭିଜା ମାଟିରେ

ପାହୁଲର ଚିହ୍ନ ଦେଖିବା ଦିନ।


ଇସ୍କୁଲୁ କୁ ଯିବା ମେଘୁଆ ପାଗ

ଚଟେଇ ମୁଣ୍ଡେଇ ଚାଲିବା ଦିନ।


ଅଳପ ପିଲା କୁ ହାଆପ ଛୁଟୀ

ଅନ୍ତାକ୍ଷରୀ ଖେଳ ଖେଳିବା ଦିନ।


ଭିଜା ମାଟି ମିଠା ମିଠା ବାସନା

ମାଟି ର ମହକ ଚାଖିବା ଦିନ।


ନଈ ତୁଠେ ନାଆ ଖସଡ଼ା ବାଟ

ଆଙ୍ଗୁଳି ଦବେଇ ଚାଲିବା ଦିନ।



ଖୋଜିଲେ ମିଳୁନି ଗାଁରେ ଆଜି,

କାହିଁ ଏ ଦିନ! କାହିଁ ସେ ଦିନ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract