Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Abstract Others

3  

Prasanna Kumar Madala

Abstract Others

ଦୟାନିଧି

ଦୟାନିଧି

1 min
6.6K


ଉର୍ଦ୍ଧକୁ ଉଠାଇ ବାହା

ଗୋଟାପଣେ ଆଜି ଶରଣ ପଶୁଛି ଶୁଣ ଆହେ ଲକ୍ଷ୍ମୀନାହା ।

ଆତ୍ମବନ୍ଦୀ ହେଲି ନିଜର ନିବାସେ ଦେଖୁଛି ମୋତେ ବା କିଏ

ସସାଗରା ଧରା ଶୋଭାରାଜି ଛାଡି ଝରିଲା ଲୋତକ ପିଏ ।

ଦିବସ ସୂରୁଯ ମୋ ପାଇଁ ତ ନାହିଁ ଘୋଟିଥିଲା ଘୋର ନିଶା

ମନ ଆକାଶରେ ଲିଭି ଲିଭି ଯାଏ ଆକାଂକ୍ଷାର ଶତଭିଷା ।

ଶ୍ରୀମନ୍ଦିରେ ଘଣ୍ଟ ବାଜେ

ଶୋଇବା ଶେଯରୁ ଅଣ୍ଟାକୁ ସଳଖି ଉଠଇ ସହଳେ ଲାଜେ ।

ଶୂନ୍ୟତାର ଏହି ଗହନ ଅନ୍ଧାରେ ବାରିଛି ନିଜ ନିଃଶ୍ଵାସ

ଆତ୍ମା ଯେତେକ ସହବାସୀ ହେଲେ ତୁଟାଇ ମୋର ବିଶ୍ଵାସ ।

ଚାଲିଲା ରାହାରେ ଋତୁର ସାହାରେ ଧରିଥିଲା ଯେତେ ଫୁଲ

ମଧୁ ଆଶେ ଆସି ଅଳିକୁଳ ହସି ଲୁଟି ନେଲେ ଯକ୍ଷ ତୁଲ ।

କିପାଇଁ କହିବି ବେଶି

ସହଯାତ୍ରୀ ଯେତେ ଜୀବନ ଯାତ୍ରାରେ ଦେଇଛ ତ ଛଦ୍ମବେଶୀ ।

ଶ୍ରମଦାନ କରି ଅର୍ପଣ ମୁଁ କଲି ନିଜର ବଳକା ଆୟୁ

ପ୍ରତିଦାନେ ଦେଖ ମିଳିଅଛି ମୋତେ ରୁଦ୍ଧ କୋଠରୀ ବାୟୁ ।

ଦେହରଥେ ମୋର ଭଙ୍ଗା ଚକଅଖ କିପରି ଚାଲିବି କହ

ଜରା ବ୍ୟାଧି ଦୁଃଖ କଲାଣି ବିମୁଖ ପରିଜନେ , ଦୁର୍ବିସହ ।

ଚାରିପଟେ ହୋଇ ଠିଆ

ଦୁର୍ବାର କେଉଁ ବାସନା ମୋହରେ ମନ୍ଥି ଦେଇଗଲେ ହିଆ ।

ହେଲା ବୋଧଗମ୍ୟ ଏକବାଟ ତୁମ ବିରାଟ ଜଠର ତଳେ

ଆଶ୍ରା ତ ଦେଇଛ ଶରଣ ରଖିଛ ଦୁସ୍ଥ ଦୀନଜନ ଦଳେ ।

ପତିତ ଜନଙ୍କ ଫିଟାଇ ଅନେକ ସଙ୍କଟର ନାଗଫାଶ

ରଖିଛ ତ ହରି ମାଧବ ମୁରାରୀ ରଖିବ ହେ ମୋର ଆଶ ।

ଜଗବନ୍ଧୁ ଦୟାନିଧି

ମୁରୁଛି ଜୀବନେ ଦେଖିବି ଆସନ୍ନେ ଶରଣ ରକ୍ଷଣ ବିଧି ।।

ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Abstract