STORYMIRROR

Bijay Prusty

Fantasy

3  

Bijay Prusty

Fantasy

ଦୟାକର ଲକ୍ଷ୍ମୀପତି

ଦୟାକର ଲକ୍ଷ୍ମୀପତି

1 min
991


ଏକା ଏକା ବାଟ ଚାଲୁଛି ମୁଁ ପ୍ରଭୁ

ସାହା କେହି ନାହିଁ ମୋର

ତୁମ ନାମ ନେଇ ଜୀବନ ବଞ୍ଚୁଛି

ଧରିନିଅ ମୋର କର I


ସୁଖରେ ଦୁଃଖରେ ବିପଦଆପଦେ

ତୁମକୁ ଭରସା କରି

ସଂସାର ନାଆରେ ପାଦ ମୁଁ ଦେଇଛି

କରିଦିଅ ମୋତେ ପାରି I


ଜାଣିନାହିଁ ତୁମ ପୂଜା ଅରଚନା

ନାହିଁ ମୋର ଦିବ୍ୟଜ୍ଞାନ

ତୁମେ ଅଗତିର ଗତି ମହାପ୍ରଭୁ

ଭାବଗ୍ରାହୀ ନିରଞ୍ଜନ I


କ୍ଷୀର ସାଗରରେ ବାସୁକୀ ଶେଯରେ

ଅନନ୍ତ ଶୟନ କରି

ବିଶ୍ୱ ବ୍ରହ୍ମାଣ୍ଡକୁ ଚଳାଇ ନେଉଛ

ଲକ୍ଷ୍ମୀପତି ନରହରି I


ତୁମେ ଦୟାକଲେ ପଙ୍ଗୁ ଲଙ୍ଘେ ଗିରି

ବାଚାଳ ହୁଅଇ ମୁକ

ତୁମ ସଂସାରରେ ଅନାଥ ହୋଇ ମୁଁ

ଡାକୁଛି ଶ୍ରୀ ପଦ୍ମମୁଖ I


କୁରୁଣା ସାଗର କରୁଣା ତୁମର

କରିବନି କେବେ ଉଣା

ତୁମରି ଶ୍ରୀହସ୍ତ ମଥାପରେ ଥିଲେ

ହେବିନି ମୁଁ ବାଟବଣା I


Rate this content
Log in

Similar oriya poem from Fantasy