STORYMIRROR

Suchismita Behera

Action Fantasy Inspirational

3  

Suchismita Behera

Action Fantasy Inspirational

ଦୂର ଦୁନିଆ

ଦୂର ଦୁନିଆ

1 min
150

ଆକାଶର ସେଇ ସୁନେଲୀ କିରଣକୁ ଚାହୁଁ ଚାହୁଁ,

ଦିନେ ବିଚ୍ଛୁରିତ ହେଲା ଏକ ତୀର୍ଯ୍ୟକ ରଶ୍ମି

ଯିଏ ବାଟ କାଢିଦେଲା ଏକ ଅପୂର୍ବ ଜଗତକୁ

ଦିନେ ଆଶ୍ଚର୍ଯ୍ୟ ଲାଗୁଥିଲା ଯାହା ସମ୍ଭବ ହେବାକୁ ।


ନେଇଗଲା ଭୁପୃଷ୍ଠରୁ ମହାକାଶର ଉଚ୍ଚତା

ଆଲୁଅର ରାସ୍ତା ଦେଇ ଅନ୍ଧାରର ଦୂରତା

ଅଲଗା ବାତାବରଣର ଏକ ଆଶ୍ଚର୍ଯ୍ଯାନିତ୍ବ ଭାବନା

ଦୂର ଦେଶ ନୁହଁ ତାହା, ଦୂର ଏକ ଦୁନିଆ ।।


ନା' ଥିଲା କିଛି ସମ୍ପର୍କ,

କିନ୍ତୁ ସୃଷ୍ଟି ହେଲା ନୂଆ ପରିଚୟ

ନିଜଠାରୁ ଭିନ୍ନ ଏକ ଜୀବନ ପାଇ,

ଜୀବିକାରୁ ଜ୍ଞାତ ହେଲା ନାନା ତଥ୍ଯ ।।


ପ୍ରଶ୍ନବାଚୀ ଚାହାଣୀରେ ଆରମ୍ଭ ହୋଇଥିଲା ମିଳାପ

ନୂତନ ଢାଞ୍ଚାରେ ପୁଣି ହେଲା ବୈଜ୍ଞାନିକ ବାର୍ତ୍ତାଳାପ

କରି ପରସ୍ପର ସହ ମନ୍ତବ୍ୟର ଆଦାନପ୍ରଦାନ 

ଉଭୟ ଅର୍ଜନ କଲେ ବହୁମୂଲ୍ୟ ଜ୍ଞାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action