Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Abstract

5.0  

Dipti lekha Mishra

Abstract

ଦୁଷ୍କର୍ମ ପୀଡିତା

ଦୁଷ୍କର୍ମ ପୀଡିତା

1 min
193


ସେ ଝିଅଟି ଦୁଷ୍କର୍ମର ଶିକାର ହୋଇଛି ବୋଲି

ତାକୁ ଘୄୄୄୄୄୄୄୄଣା କର ନାହିଁ ବନ୍ଧୁଗଣ

ତାହା ଏକ ଖରାପ ସପନଭାବି ଭୂଲିଯାଅ

ମନରେ ଦିଅନା ଛୂଞ୍ଚିର ଅଗ ଭଳି ସ୍ଥାନ ॥


ସେ ବା କଣ କରିଥାନ୍ତା ସେ ସମୟରେ

ଏକା ଥିଲା ଆଉ ଆଇନ ବି ଜାଣିନି

ତା ପରେ ବି ପୁରୁଷ ଠାରୁ ଦୁର୍ବଳ ହୋଇଛି

ସେ ଜନ୍ମରୁ ତା ଘରେ ତା ସଂପର୍କୀୟ ଠାରେ ॥


ମାଆ କହେ ଝିଅପିଲାଟା ଟିକେ ସହିଯା

ବାପା କହନ୍ତି ଝିଅପିଲାଟା ଏତେ ହୁଅନା

ବନ୍ଧୁବାନ୍ଧବ କହନ୍ତି ଝିଅଟା ଝିଅ ଭଳି ରହ

ସଭଙ୍କ ଠାରୁ ଶିଖିଲା ଝିଅ ପୁରା ଦୁର୍ବଳ ॥


ବଡନାନୀ କହିଲା ସକାଳରୁ ରାତି ମାଇପିଙ୍କ

ଆଉ ତା ବି ଏକା କରିବାକୁ ପଡିବ ଜାଣିଥା

ପିନ୍ଧା ରୁ ଆରମ୍ଭ କରି ସଭିଙ୍କ ହୄୄୄଦୟ ଜିତିବା

ଏସବୁ ମାଆ ଘରେ ହିଁ ଶିଖିଯାଇଥା ଲୋ ମାଆ_॥


ରୋଷେଈ ଘର ଏ ଝିଅଙ୍କର ଆଉ ବୋହୁଙ୍କର

ଲୁଗାସଫା ହେଉ ଅବା ଈସ୍ତ୍ରୀ କରିବା

ଶେଯ ପାରିବା ହେଉ ଅବା ଗୋଟାଇବା

ବଢାବଢି ପୁଣି ବାସନ ମଜା ସବୁତକ କାମ

ବାପାଭାଇ କେବଳ ଝିଅବୋହୁ ଙ୍କୁ ଶିଖାନ୍ତି

ଘରେ ଘରେ ଆଜି ନାରୀ ଅବଳା ଦୁର୍ବଳା ।


ହଁ ଖାଲି ତାହା ନୁହଁ ଆଜିକାଲି ଗୄୄୄୄୄୄହିଣୀ ନୁହଁ

କର୍ମଜୀବୀ ମହିଳା ର ବି ସେ ଅବସ୍ଥା ସବୁଠି

ସତେ ଯେମିତି ହଣ୍ଡାଶାଳ ତା ସ୍ଥାୟୀ ଘର

ଆଉ ତାର ଯତ୍ନ ବି ଏକା ଝିଅ ବୋହୁ ଙ୍କ ର ॥





Rate this content
Log in

Similar oriya poem from Abstract