STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଦୁର୍ନୀତି

ଦୁର୍ନୀତି

1 min
158

ଗାନ୍ଧୀ ଗୋପବନ୍ଧୁ ସୁଭାଷ 

ଜୟପ୍ରକାଶଙ୍କ ନୀତି ଆଦର୍ଶ 

ଆଜିର ଦିନରେ ବିସ୍ମୃତ ତୁମ୍ଭର 

ଅସଂଖ୍ୟ ଅକାତର ବଳିଦାନରେ 

ପ୍ରାପ୍ତ ମହାର୍ଘ ସ୍ବାଧୀନତା 

କବଳିତ ତୁମ୍ଭରି ହସ୍ତରେ। 


ଶୋଷିତ ପୀଡିତ ବଞ୍ଚିତ ବର୍ଗର କଙ୍କାଳ

ତୁମ୍ଭ ପାଇଁ ହେଲା ଶୁଭ ସକାଳ

ଲୁଟି ଲୁଟି ଏଇ ସୁନାର ଦେଶଟାକୁ

ତୁମ୍ଭେ କରିଦେଲ ଖୋଳ

ତୁମ୍ଭ ଶାସନଗାଦିର ସଟ୍ଟା ଖେଳ

ହେଲା ଦୁଃଖୀ ରଙ୍କୀର କାଳ

ମିଳେ ନାହିଁ ତାଙ୍କୁ ବାସି ପଖାଳ

ତୁମ ଘରେ ନିତି ମାଉଁସ ଝୋଳ।


ଦେଶଟାକୁ ମଣିଅଛ ତୁମ୍ଭେ ଜାଗିରି 

ମନ ଇଛା ସମ୍ପତ୍ତି କରୁଛ ବିକିରି 

କଥାରେ କଥାରେ କର ତୁମ୍ଭେ କରାମତି 

ଝିଣ୍ଟିକା ମାରି ବଣି ପୋଷିବା ନୀତି 

ରାଷ୍ଟ୍ରୀୟ ସମ୍ପଦରେ କତିପୟଙ୍କ ରାଜୁତି 

ମହଙ୍ଗା ମାଡ଼ରେ କାନ୍ଦୁଛି ମେହନତି।


ଦିନେ ନା ଦିନେ ତ ପୁରିବ ତୁମ୍ଭର ବେଳ

ବାହୁରେ ନଥିବ ଅମାପ ବଳ

ସରିଯିବ ସେଠି ତୁମ୍ଭ ଅମଳ

ପାହିବ ରଜନୀ ଆସିବ ନୂଆ ସକାଳ

ଜନତା ଖୁସିରେ ହେବ ପାଗଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract