Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR KUMAR NANDA

Inspirational Others

3  

DR SAMIR KUMAR NANDA

Inspirational Others

ଦୁର୍ନୀତି

ଦୁର୍ନୀତି

1 min
189


     

ଦୁର୍ନୀତି ଗ୍ରାସ କଲାଣି ଏ ଦେଶ, ବନ୍ୟା ଘାଇ କଲା ପରି

ଅବିଳମ୍ବେ ଦେଶ ସତା ହରାଇବ,ଫାଇଲିନ ସଙ୍ଗେ ଏହା ସରି ।

ହାତୀ ଗଳିଗଲେ ପଡେ ନାହିଁ ଜଣା, ପିମ୍ପୁଡି ମୁଣ୍ଡରେ ଠେଙ୍ଗା,

ଲକ୍ଷ୍ୟ ଖାଇଗଲେ ଧରା ନପଡଇ, ଶହେ ପଚାଶକୁ ଦଣ୍ଡା ।

ଟୁ-ଜି ସ୍ପେକ୍ଟ୍ରମ୍ କୁ କୋଇଲା ଦୁର୍ନୀତି, ତା ସଙ୍ଗେ ଚିଟ୍‌ଫଣ୍ଡ ସ୍କାମ୍‌

ବଡବଡିଆଏ କ୍ଷୀର ରେ ଗାଧାନ୍ତି, ଜନତାଙ୍କ ଚକା ଜାମ୍ ।

ହଜାରେ ଦିନରେ ହଜାରେ କୋଟୀର ଦୁର୍ନୀତି ର ଗନ୍ତା ଘର

ବାଡଯେତେେବେଳେ କ୍ଷେତକୁ ଖାଇବ,କି କରିବା ଆମେ ଛାର ।

କର୍କଟ ରୋଗର ଉପଚାର ନାହିଁ ସିନା,ଦୁର୍ନୀତି ର ଅଛି ନିଦାନ,

ସିବିଆଇ ସିଭିସି ବାଟ ପାଇଗଲେ ଛାଡିବନି କେବେ ଆଇନ ।

ପ୍ରବଳ ପ୍ରତାପୀ କଂସ ନରପତି, ଅନ୍ୟାୟ ପାଇଁ ଟଳିଗଲା

ଲଙ୍କାର ରାବଣ ପଣ୍ଡିତ ହୋଇଣ,ରାମ ହସ୍ତେ ହତ ହେଲା ।

କରିବାନି କେବେ ଅନ୍ୟାୟ ଅନୀତି ଦୁର୍ନୀତି ର କାମ ଆମେ,

ଆକ୍ଷି ବୁଜି ଯଦି କ୍ଷୀର ପିଉଥିବା , ଦିନେ ପାଇବାରେ ନିଶ୍ଚେ ପାନେ ।

ଆସ ବନ୍ଧୁ ଜନେ ଆସ ହେ ଭାଇନା, କରିବା ଆଜି ଶପଥ

ଦୁର୍ନୀତି ବୃକ୍ଷକୁ ଉପାଡି ଦେଇଣ ବଂଚାଇବା ଦେଶ ଜଗତ ।



Rate this content
Log in

Similar oriya poem from Inspirational