STORYMIRROR

Prahallad Sahoo

Abstract Drama Action

3  

Prahallad Sahoo

Abstract Drama Action

ଦୁର୍ଲ୍ଲଭ ଜନ୍ମ

ଦୁର୍ଲ୍ଲଭ ଜନ୍ମ

1 min
163

ଆରେ ବାଇମନ

ଅନେକ ଜନ୍ମ ପରେ ଲଭିଛୁ ନର ଜନ୍ମ

ବାହ୍ଯ ଜ୍ଞାନେ ମାତି କି ଲାଭ ପାଉଛୁ ଦେହକୁ କରି ସୁନ୍ଦର

ଆତ୍ମତତ୍ତ୍ଵ ବ୍ରହ୍ମଜ୍ଞାନେ କର ଧର୍ମ ପାଳନ

ଅନ୍ତରେ ଭରା ମାୟା, କପଟ; ଜ୍ଞାନ ଶିଖାରେ ହେବ ଉଜ୍ଜ୍ବଳ।


ଆରେ ବାଇମନ

ସଂସାର ରୂପକ ନାବ କର୍ମେ କର ଠାବ

ସଳଖି ଧରିଥା ଆହୁଲା ଉଜାଣି ବହିଲେ ହେବ ଟଳମଳ

ଥରେ ବୁଲିଗଲେ ମଙ୍ଗ ଲକ୍ଷ୍ଯ ବଦଳିବ

ସତ୍ଯ ନାଆରେ ପଶିଲେ ଅସତ୍ୟ ପାଣି ପାଇବୁନି ଥଳକୂଳ।


ଆରେ ବାଇମନ

କଫ, ପିତ୍ତ, ବାତ ତ୍ରିତାପେ ଶରୀର ବଶ

ପାନକରି ବ୍ରହ୍ମ ନାମ ଔଷଧି ନାଶ ଦେହକୁ କର ମୁକ୍ତ

ମନ, ବୁଦ୍ଧି, ବିବେକ ତ୍ରିରତ୍ନେ ହୁଅ ତୋଷ

ବ୍ରହ୍ମରନ୍ଧ୍ରେ ନିର୍ବେଦୀ ପଶ ବ୍ରହ୍ମ ବିନା ନାହିଁ କାହିଁ ଠାବ।


ଆରେ ବାଇମନ

କାମ, କ୍ରୋଧ, ଲୋଭ ତ୍ରିବିଧ ନରକ ପଥ

ତରିବାକୁ ଥିଲେ ଏହି କୁପଥ ବ୍ରହ୍ମ ପଦେ ଲଗାଅ ଚିତ୍ତ

ସ୍ଥୁଳ, ସୂକ୍ଷ୍ମ, କାରଣ ତ୍ରିଶରୀର ଯେ ଜାଣ

ସାକ୍ଷୀ ରୂପେ ସେ ଶରୀର ମଧ୍ୟେ ନିରାକାର ବିଭାଷିତ।


ଆରେ ବାଇମନ

ପ୍ରାରବ୍ଧ କର୍ମ ଫଳ ଭୋଗ କଲେ ତୁଟିବ

ଏ ଜନ୍ମେ ନ ହେଲେ ଭୋଗ, ପରେ ଜନ୍ମ ହୋଇ ଭୋଗିବ

ଏଠି ହେଲେ ସଞମୀ ସେଠି ଦୁଃଖ ନ ଥିବ

ସଞ୍ଚିତ କର୍ମେ ଦେଲେ ଧ୍ୟାନ ସୁଖରେ କଟିଥାଏ ପରକାଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract