Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DHARITRI SAHU

Inspirational

4.5  

DHARITRI SAHU

Inspirational

ଦୁର୍ଲଭ ଜୀବନ

ଦୁର୍ଲଭ ଜୀବନ

1 min
358


ଦୁର୍ଲଭ ମଣିଷ ଜୀବନ ବି ସଦା

ଦୁର୍ଲଭ ମଣିଷ ମରଣ ଏଠି,

ଚାହିଁଲେ ବି କେବେ ମୃତ୍ୟୁ ଆସେନାହିଁ

ବଞ୍ଚିବା ଯନ୍ତ୍ରଣା ମୃତ୍ୟୁ ଠୁ ବେଶି।


ଅନେକ ଜୀବନ ନିତି ହନ୍ତସନ୍ତ

ମହାପ୍ରୟାଣ କୁ ଚାହିଁ ରୁହନ୍ତି,

ଆଜି ଶ୍ରଦ୍ଧାଞ୍ଜଳି ଢାଳୁଛନ୍ତି ଯିଏ

ଜୀଇଁବା ସମୟେ ଦେଖା ନ ଦ୍ୟନ୍ତି।


ସମୟ ସରିଲା କର୍ମ ବି ସରିଲା

ଭଲରେ ନିଃଶ୍ବାସ ହୁଏନି ନେଇ,

ଚବିଶି ଘଣ୍ଟାରୁ ଅଠର ଘଣ୍ଟାକୁ

ବଳିଦାନ ଦେଲା ଦୁନିଆଁ ପାଇଁ।


ଶେଷ ସମୟରେ କାହାର ଦୟାରେ

ବଞ୍ଚିବା କୁ କଣ ଜୀବନ ବୋଲେ,

ଦୟାମୟ ଯଦି ଦୟା ଟିକେ କରି

ଶରୀରରୁ ମୁକ୍ତ କରି ତ ଦେଲେ।


ତା ଠାରୁ ସୌଭାଗ୍ୟ ଆଉକିଛି ନାହିଁ

ମୃତ୍ୟୁ ଆଲିଙ୍ଗନ କରିବା ଭଲ,

ଚୀରନ୍ତନ ସତ୍ୟ ସେ ଦୁଇ ଅକ୍ଷର

ଆଉ ସବୁ ମିଥ୍ୟା ଓ ବାଲିଘର।


କିଏ କେତେଦେଲା

କିଏ କେତେନେଲା

ଯନ୍ତ୍ରଣା କୁ କେହି ନିଅନ୍ତି ନାହିଁ,

ଜୀବନ ଯନ୍ତ୍ରଣା ମୁକ୍ତ କରିବାକୁ

ଦୁର୍ଲଭ ଜୀବନେ ସେ ଭାବଗ୍ରାହୀ।


Rate this content
Log in

Similar oriya poem from Inspirational