ଦୁର୍ଘଟଣା
ଦୁର୍ଘଟଣା


ମନେ ଅଛି ତୋର ?
ସେ ଦୁର୍ଘଟଣା ?
ଯାହା ଘଟିଥିଲା ତୋର ଆଉ ମୋ ଭିତରେ ।
ଆରେ ରାସ୍ତା ର ଦୁର୍ଘଟଣା କଥା ନୁହେଁ
ତୋର ଆଉ ମୋର ଆଖିର
ଦୁର୍ଘଟଣା କଥା କହୁଛି ।
ନା ଦୋଷ ଥିଲା ତୋ ଆଖି ର
ନା ମୋ ଆଖିର
ଯିଏ ଯାହା ବାଟରେ ଚାଲୁଥିଲେ
ଏକା ଏକା ।
ଭେଟ ହେଲା ଅନ୍ଧାରିଆ ରାସ୍ତା ରେ
କିଛି ଘଟିଲା ଦୁଇ ଆଖିରେ ।
ସାଙ୍ଘାତିକ ଥିଲା ସେ ଦୁର୍ଘଟଣା
ଆଜି ଯାଏଁ ଭୁଲି ହେଉନି ତାକୁ
କି ଭୁଲି ହେବନି ।
ଚିର ଦିନ ପାଇଁ ଲେଖା ହୋଇ ରହିଗଲା
ସେଇ ଦୁର୍ଘଟଣା
ଏ ଇ ଛାତିରେ।