STORYMIRROR

Dr Rashmita Panigrahi

Tragedy

3  

Dr Rashmita Panigrahi

Tragedy

ଦୁର୍ଘଟଣା

ଦୁର୍ଘଟଣା

1 min
224


ଗାଁ ଠୁ ସହର 

ପାଲାରୁ ପାର୍ଲିଆମେଣ୍ଟ 

ସବୁଠି ଦୁର୍ଘଟଣାର ଗନ୍ଧ, 

ମାଆ କାନ୍ଦୁଛି 

ନିଜ ମୁହଁ ଲୁଚେଇ 

କେମିତି କରିବ ଏସବୁ ବନ୍ଦ !

    ନିଜ ଭୁଲ ସବୁ 

    ନିଅନ୍ତି ଆଦରି 

    ସହିପାରନ୍ତିନି ଦେଖି ପରଶିରି l

    ବଡକୁ ସମ୍ମାନ 

    ସାନକୁ ଯତ୍ନ 

    ଏକଥା ମନରୁ ଦିଅନ୍ତି ପାସୋରି l

ବସି ଖାଇ ଖାଇ 

ସାରୁଛନ୍ତି ଆଜି 

ନଈର ଯେତକ ବାଲି, 

ନିଜ ଭାଗରୁ 

ଟିକିଏ ଉଣା ପଡିଗଲେ 

ଧରନ୍ତି ହାତେ ଭୁଜାଲି !

   କେତେ ଆକ୍ରମଣ, 

   କେତେ ସଂକ୍ରମଣ 

  ପୁଣି ଆକସ୍ମିକ ବିପଦ, 

  ଏସବୁକୁ ସହି 

  ହସୁ ଅଛି ଧରା 

  ସନ୍ତାନର ସୁଖ 

  ତା ଲାଗି ଅମୂଲ୍ୟ ସମ୍ପଦ l


Rate this content
Log in

Similar oriya poem from Tragedy