ଦୁର୍ଗା ବନ୍ଦନା
ଦୁର୍ଗା ବନ୍ଦନା
ହେ ଦେବୀ ! ତୋର ପଦ ପୂଜିବି
ପ୍ରେମ ଶ୍ରଦ୍ଧା ଦେଇ ଭକ୍ତି କରିବି !! (ପଦ)
ଆସ ମା ଦୁର୍ଗେ ତୁ ମର୍ତ୍ତ୍ୟ ଭୁବନେ
ଚାହିଁ ରହି ଛନ୍ତି ଭକତ ଜନେ ।
ଶକ୍ତିଶାଳୀ କର ରାଷ୍ଟ୍ର ଆମର
ଦୂର ଭ୍ରଷ୍ଟାଚାର ଦେଶରୁ କର !! ହେ ଦେବୀ........(୧)
ଆସୁଅଛି ତୋର ପାର୍ବଣ ପରା
ଦିଶୁଛି ଧରିତ୍ରୀ ସୁନ୍ଦର ସାର ।
ଆସ ଆସ ଦେବୀ କରୁଣା କର
ଅମୃତ ଏ କାଳ କର ସୁନ୍ଦର !! ହେ ଦେବୀ.........(୨)
ଆଜି ଆଗ ପଛ ନାହିଁ ବିଚାର
ପାପପୁଣ୍ୟ ଚିନ୍ତା ନାହିଁ କାହାର ।
ଦେଶେ ହୁଏଟି ନାରୀ ନିର୍ଯାତନା
ଦୂର କର ଦେଶୁ ହୀନ ଭାବନା !! ହେ ଦେବୀ.......(୩)
ସ୍ବାର୍ଥରେ ଜଡ଼ିତ ରୁହନ୍ତି ନେତା
ଦେଶରେ ଆଣନ୍ତି ଜାତିର ପ୍ରଥା
ତାଙ୍କ ରାଜ ନୀତି ଲାଭର ପାଇଁ
ନାହିଁ ସେବାଭାବ ତିଳେ ଟି ଯହିଁ !! ହେ ଦେବୀ......(୪)
ନୂଆ ଏ ଭାରତ ସାଜିଛି ଏବେ
ଆତ୍ମନିର୍ଭର ଟି ହୁଅନ୍ତି ସର୍ବେ
ଦେଶ ଶତ୍ରୁଙ୍କ ମନ ବିଚଳିତ
କରିବେ ନଷ୍ଟ ତାଙ୍କ ଷଡ଼ଯନ୍ତ୍ର !! ହେ ଦେବୀ........(୫)
ମାରିଲ ମହିଷା ଭକ୍ତଙ୍କ ପାଇଁ
ଧର୍ମର ସ୍ଥାପନା କରିଲ ଭୁଇଁ ।
କରଦୂର ହେ ଦେବୀ ଶକ୍ତିରୂପା
ଆସଆସ ହେ ଦେବୀ ଚିତ୍ତରୂପା !! ହେ ଦେବୀ.......(୬)
ହେ ଶୈଳୀ ପୁତ୍ରୀ ଶତ୍ରୁ ଦୂର କର
ବ୍ରହ୍ମଚାରିଣୀ ରୂପେହେ ରାଷ୍ଟ୍ରର।
ଚନ୍ଦ୍ରଘଣ୍ଟା ରୂପ ପ୍ରକଟ କରି
ଦୂର କର ବିଘ୍ନ ହେ ମାହେଶ୍ୱରୀ !! ହେ ଦେବୀ......(୭)
ବ୍ରହ୍ମଚାରିଣୀ ରୂପକୁ ଧରିଣ
କର ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣ ।
କୂଷ୍ମାଣ୍ଡା ରୂପ ଧରି ମାହେଶ୍ୱରୀ
ପ୍ରେମପ୍ରୀତି ବହୁ ଏ ମର୍ତ୍ତ୍ୟପୁରୀ !! ହେ ଦେବୀ......(୮)
ଚନ୍ଦ୍ରଘଣ୍ଟା ନାମ ମାତା ତୋହର
ଚନ୍ଦ୍ର ପରି ଶୋଭା କର ଦେଶର।
କାତ୍ୟାୟନୀହେ କାଳରାତ୍ରି ତୁହି
ସ୍କନ୍ଦ ମାତା ରୂପ ଅଛହେ ବୋହି !! ହେ ଦେବୀ.......(୯)
ମହା ଗୌରୀ ରୂପ ଧରି ଜନନୀ
ସୁଖରେ ରଖିବୁ ତୁହି ଭବାନୀ ।
କରୁ ଗୁହାରି ମହିଷା ମର୍ଦ୍ଦିନୀ
କର ବିଶ୍ବ ଗୁରୁ ତୋର ଧରଣୀ !! ହେ ଦେବୀ.......(୧୦)