ଦୁର୍ଦ୍ଧଷ ୨୦୨୦
ଦୁର୍ଦ୍ଧଷ ୨୦୨୦
ଚାହୁଁ ଚାହୁଁ ଗଲା ୨୦୨୦
ଦୁଃଖ ଯାତନା ଦେଇ
ଧୀରେ ଧୀରେ ଆସିଲା ୨୦୨୧
ନୂଆ ସମ୍ଭାବ୍ୟ ନେଇ ll
ଆସିଥିଲା ଦିନେ ୨୦୨୦
କେତେ ଯେ ଖୁସି ନେଇ
ଦୁଇ ମାସ ପରେଦେଖେଇ ଦେଲା
କାଳ କରାଳ ର ଛାଇ ll
କରୋନା ନାମରେ ଭୁତାଣୁ ଟେ
ରଚିଲା ଧ୍ବଂସ ର ତାଣ୍ଡବ
ପ୍ରଥମେ ପ୍ରଥମେ ବିଦେଶୀ ଖାଇଲା
ତାପରେ ଧ୍ବଂଶିଲା ଭାରତ ll
ଚାହୁଁ ଚାହୁଁ ଏ ଭୁତାଣୁ ବ୍ୟାପିଣ ଗଲା
ସାରା ବିଶ୍ୱ କୋଣେ ଅନୁକୋଣେ
ସବୁଠି ମାତିଲା ସବୁଠି ମାରିଲା
ଭୟ ରେ ଲୁଚିଲେ ଘର କୋଣେ ll
ଲକଡାଉନ କୁ ସଟଡାଉନ
ଚାଲିଲା ସାରା ବିଶ୍ୱରେ
କେତେ ଯେ ଲୋକ ଭୋକରେ ରହିଲେ
କେତେ ଯେ ଜୀବିକା ହରେଇଲେ ll
ସ୍କୁଲ ହେଲା ବନ୍ଦ ବସ ହେଲା ବନ୍ଦ
ବନ୍ଦ ହେଲା ରେଳ ଗାଡି
ମହାମାରୀ ତାର କାୟା ବିସ୍ତାରିଲା
ବନ୍ଦ ହେଇଗଲା ଜୀବନ ଘଡି ll
ରଥ ବନ୍ଦ ହେଲା ଶିବ ରାତ୍ରି ବନ୍ଦ ହେଲା
ବନ୍ଦ ହେଇଗଲା ଦଶହରା
ପୂଜା ପାଠରେ ଯେ କଟକଣା ହେଲା
ମନ ହେଇଗଲା ଦିଶା ହରା ll
ବାପା ଶବକୁ ଛୁଇଁଲାଣି ପୁଅ
ସ୍ୱାମୀ ଶବକୁ ସ୍ତିରୀ
ପ୍ୟାକେଟ କରି ଫିଙ୍ଗିଣ ଦେଲେ
କେହି ନ ହେଲେ କାହାରି ll
ଲକ୍ଷ ଲକ୍ଷ ଲୋକ ବଳି ପଡିଗଲେ
କିଛି ନ ହେଲା କରି
ଅନଲାଇନରେ ଲମ୍ବା ଭାଷଣ
ନେତା ମନ୍ତ୍ରୀ ଗଲେ ମାରି ll
ଧନୀ ହେଉ ଅବା ଗରିବ ହେଉ
କାହାକୁ ବି ଛାଡିଲାଣି ଏ ବଇରୀ
କେତେ ନେତା ମନ୍ତ୍ରୀ ଡାକ୍ତର ସିନେଷ୍ଟାର
ଚାଲିଗଲେ ଆର ପାରି ll
କରୋନା ତାଣ୍ଡବ ବୋଝ ଥିଲା ଭାଇ
ପଙ୍ଗୁପାଳ ବାତ୍ୟା ନଳିତା ବିଡା
ସାରା ବର୍ଷ ଟା ରେ ହତାଶ ହେଇଗଲେ
ସବୁଠି ବହିଲା ଅଶାନ୍ତ ଝଡ ll
କେଉଁ ଦୁର୍ଧ୍ୱସ ର ଗୁଣେ କମ ନଥିଲା
ଏ ୨୦୨୦ବରଷ
କଷ୍ଟ ଅଭାବ ରେ ଚଳିବ କେମିତି
ଶିଖେଇଦେଲା ଏ ବରଷ ll
ଖାଦ୍ୟ ବସ୍ତ୍ର ଟିକେ ଆଉ ବାସଗୃହ
ଲୋଡ଼ା ଯେ ବଂଚିବା ପାଇଁ
ଚିକେନ ମଟନ ଆଉ ଏସି ବିଳାସ ବ୍ୟସନ
ଲୋଡ଼ା ନାହିଁ ରେ ଭାଇ
ଏହି କଥାଟା ୨୦୨୦ମୁଣ୍ଡରେ ଦେଲା ପୁରେଇ ll
ହେ ଜଗନ୍ନାଥ କୃପା କର ପ୍ରଭୁ
ଦୁନିଆ କୁ ଆଶିଷ କର
ଦୁର୍ଦ୍ଧଷ ୨୦୨୦କୁ ଏ ୨୦୨୧ ରେ
ପୁନରାବୃତ୍ତି କୁ ବନ୍ଦ କର ll
