STORYMIRROR

Kunja Bihari Dalai

Comedy

4  

Kunja Bihari Dalai

Comedy

ଦୁର୍ବଳ ମାତୃଭାଷା

ଦୁର୍ବଳ ମାତୃଭାଷା

1 min
224

ନିଜ ମାତୃଭାଷା  ଭୁଲିଲେଣି ପିଲା

     ନାହିଁ ସେଥିରେ ଆଗ୍ରହ,

ବାପା,ମା ଚାହାଁନ୍ତି  ଇଂରାଜୀ ପାଠଟି

      ହେଉ ପିଲାଙ୍କର ପ୍ରିୟ।

ପ୍ରତିଯୋଗିତାରେ  ଭାଗ ନେଲା "ଅମୁ"

     ସବୁ ବିଷୟରେ ପାସ,

ଓଡ଼ିଆ ଲିଖନ  ପ୍ରତିଯୋଗୀତାରେ

     କଲା ନିଜ ସର୍ବନାଶ।

ପରୀକ୍ଷା ପୂର୍ବରୁ  କହିଥିଲେ ସାରେ

     ପଡିବ "ସାଙ୍ଗ" ରଚନା,

ମମି'ଙ୍କୁ ତା' କହେ  ରଚନା କେମିତି 

     ଲେଖିବି ମୋତେ କୁହନା।

ବୁଝାଇଲେ ମମି  ଏମିତି ଲେଖିବୁ

     ଯେବେ ଥାଏ "ପ୍ରିୟ ସାଙ୍ଗ",

"ପ୍ରିୟ ସାଙ୍ଗ" ଲେଖି  ଗାରଟିଏ ଦେଇ

     ତଳେ ଲେଖିବୁ ପ୍ରସଂଗ।

ସାଙ୍ଗ ମୋ ଅନେକ  ପାଖ ପଡୋଶୀରେ

     ତନ୍ମଧ୍ୟରୁ "ଦିପୁ" ପ୍ରିୟ,

ସୁଖେ ଦୁଃଖେ ମୋର  ପାଶେ ପାଶେ ଥାଏ

     ଅଭିନ୍ନ ଆମ ହୃଦୟ।

ମମି ବି ଦିପୁକୁ  ଭାରି ଭଲ ପାଏ

     ଆସେ ଯେବେ ଆମ ଘର,

ଅତି ଶରଧାରେ  ବକ୍ଷେ ଭିଡିଧରି

     ଆଉଁସନ୍ତି ଦେହ ତା'ର।

ଭଲ ଭଲ ଖାଦ୍ୟ  ପରଶି ଦିଅନ୍ତି

     ଖାଉ ସାଥେ ଦୁଇ ଜଣ,

ଦିନେ ନ ଆସିଲେ  ଘରକୁ ସେ ଆମ

     ମମିଙ୍କ ଦୁଃଖ ସେଦିନ।

ପ୍ରଶ୍ନପତ୍ରେ ଥିଲା  "ସାଙ୍ଗ" ବଦଳରେ

     "ବାପା"ଙ୍କ ପାଇଁ ରଚନା,

ଭାବେ ଅମୁ କେହି  ପ୍ରିୟ ସାଂଙ୍ଗ ମୋର

     ବାପାଠୁଁ ବଡ଼ ଅଛି ନା ?।

ବାପା ସହ ମିଳାମିଶା କରେ,ରଖି

     ମନରେ ସାଙ୍ଗ ଭାବନା।

ଏଣୁ ଉତ୍ତରରେ  ମମି କହିଥିବା,

     ବିଷୟ କଲା ବର୍ଣ୍ଣନା।

"ସାଙ୍ଗ" ଶଦ୍ଦଟିକୁ  ନ ଲେଖି ଖାତାରେ

     "ବାପା" ଲେଖିଲା ସେ ସ୍ଥାନେ ,

ଶେଷରେ ଲେଖାର  ମାନେ କ'ଣ ହେଲା

     ବୁଝୁଥିବେ ବିଜ୍ଞ ଜନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy