ଦୁନିଆଁ ର ରଙ୍ଗମଞ୍ଚ
ଦୁନିଆଁ ର ରଙ୍ଗମଞ୍ଚ
ଦୂନିଆଁ ରଙ୍ଗମଞ୍ଚେ ଅଭିନେତା ହୋଇ
ଆସିଛି ମୁଁ ଅଭିନୟ ଦେଖାଇବା ପାଇଁ !
ଅଭିନୟ ଦେଖି ମୋର କିଏ ମାରେ ତାଳି
କେବେ ଛୋଟ ବଡ ତୃଟି ଦିଏ ମୋତ ଗାଳି !
ଏହିତ ଜୀବନ ମଞ୍ଚେ ଲେଖା ମୋ ନାଟକ
କେବେ ହସ କେବେ ଖୁସି କେବେ ପ୍ରେମେ ପରିତିକ୍ତ !
କେବେ ଆସେ କାଳ ରାତି ଅମାବାସ୍ଯା ନେଇ
କେବେ ଚାନ୍ଦ ହସୁଥାଏ ଖିଲି ଖିଲି ହୋଇ !
କେବେ ସୂର୍ଯ୍ଯ ଠାଳି ଦିଏ ଉସ୍ମତାର ବୃଷ୍ଟି
କେବେ ଛାଇ କେବେ ଖରା କରେ ଦନ୍ଦ୍ଯ ସୃଷ୍ଟି !
ସମ୍ପର୍କର ଦ୍ଯାହି ଦେଇ ଲେଖା ଏ କାହାଣୀ
ମିଛ ମୋହେ ବନ୍ଧା ହୋଉ ସତ ସବୁ ଜାଣି !
କଣ୍ଟକିତ ମଞ୍ଚ ଏହି କେତେ ଦିଏ କଷ୍ଟ
ଡରି ମୁଁ ଯିବିନି କେବେ ରଚିବି ନାଟକ !
ମୁହଁରେ ଲଗାଇ ରଙ୍ଗ କେତେ ଭଳି ଭଳି
ହେଉଥିବି ସଜ କେତେ ରାତି ଯିବା ଯାଏଁ ଟଳି
ରାତି ଯିବା ଯାଏଁ ଟଳି !
