STORYMIRROR

Satyabati Swain

Children

4  

Satyabati Swain

Children

ଦୁଇକେ ଦୁଇ

ଦୁଇକେ ଦୁଇ

1 min
580

ଦୁଇକେ ଦୁଇ ଚକା ଆଖି ଦୁଇ

ବିଶ୍ୱରେ ଶ୍ରେଷ୍ଟ ଯେଉଁ ଦେଶ

ସେ ଭାରତ ମୋ ଜନମ ଭୂଇଁ


ଦୁଇ ଦୁଣେ ଚାରି ଧାମ ଆମ ଚାରି

ମଶାଣି ଯାର ସରଗ ଦ୍ୱାର

ସେଇ ସୁନ୍ଦର ରାଜ୍ୟ ଓଡ଼ିଶା ମୋରି


ଦୁଇ ତିରି ଛଅ ବରଷକେ ଋତୁ ଛଅ

ଛତିଆରେ ହାତ ପାଦ ଧାରୀ 

କାଳିଆ ବସିଛି ଦେଖିବ ଯଦି ଯାଅ


ଦୁଇ ଚଉ ଆଠ ଗ୍ରହ ଆମ ଆଠ

ଅଷ୍ଟ ପ୍ରହର ନାମ ଯଜ୍ଞ କଲେ

ଜୀବନୁ ହରଇ ସବୁ ରିଷ୍ଟ କଷ୍ଟ


ଦୁଇ ପଞ୍ଚା ଦଶ ରାବଣ ମୁଣ୍ଡ ଦଶ

ଦଶ ଦିଗ ଦଶ ଅବତାର ନେଇ

ପ୍ରଭୁ କରନ୍ତି ପାପୀ ଙ୍କୁ ନାଶ


ଦୁଇ ଶୋ ବାର ବର୍ଷକ ମାସ ବାର

ମୁଁ ଗୋଟେ ଓଡ଼ିଆ ମୋ ଭାଷା ବଢିଆ

ବିଶ୍ୱରେ ଏ ପରିଚୟଟି  ମୋହର


ଦୁଇ ସତା ଚଉଦ କଳାଧଳା ବଉଦ

ଦେଶ ମାନ ରଖେ ଯେ ଜୀବନ ଦେଇ

 ସେ ଅଟେ ଆମ ବୀର ପୁଅ ଶହୀଦ

 

ଦୁଇ ଅଷ୍ଟା ଷୋହଳ ଚାରିପୁଞ୍ଜା ଷୋହଳ

ଷୋହଳ କଳାରେ କଳିଆକାହ୍ନୁ 

ଆମ ବଡ଼ ଦେଉଳ ବଡ଼ ଠାକୁର


ଦୁଇ ନୁଆଁ ଅଠର ପୁରୀରେ ନଳା ଅଠର

ଅଠର ନଳାରେ ଗଳିଲେ କୁଆଡେ

ଛାଡେ ପାପୀ ପାତକ ହଜାର


ଦୁଇ ଦଶା କୋଡିଏ ରାବଣ ହାତ କୋଡିଏ

ପୁଅଝିଅ ମନୋଭାବ ମନୁ ତେଜ

ସେ ଆମ ଭବିଷ୍ୟ ସନ୍ତାନ ଯୋଡିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children