STORYMIRROR

Kalandi pal

Inspirational

4  

Kalandi pal

Inspirational

ଦୁଇ ଧାର ଲୁହ

ଦୁଇ ଧାର ଲୁହ

1 min
269


ସମୟ ଚକ୍ରରେ  ଆଜି କାନ୍ଦି ମରେ

   ଜନ୍ମଦାତା ଜନ୍ମଦାତ୍ରୀ.

ଅନ୍ତ ଫାଡି ଯାକୁ  ଦେଲେ ଦୁନିଆଁକୁ

    ସେହି ତାଙ୍କ କାଳ ରାତ୍ରି.!!


କେତେ ଆଶା ଥିଲା  କି ଭାଗ୍ୟ ହୋଇଲା

    ଭାବିଲେ ଉଠୁଛି କୋହ.

ଶୁଖୁନାହିଁ ଆଖି  ହେଲେ ନିରିମାଖି

    ଆଖିରୁ ଝରୁଛି ଲୁହ.!!


ଅସହାୟ କାଳେ  ସହାୟ ହେବେରେ

    ସନ୍ତାନ ସନ୍ତତି ଗଣ.

କେତେକ ବୃଦ୍ଧାତ  ଆଜିର ଦୃଷ୍ଟାନ୍ତ

    ଦେଖି ପୋଡି ଯାଏ ମନ.!!


ନିଜ ସୁଖ ଶିରୀ  ସବୁକୁ ପାଶୋରି

    ପଢ଼ାଇଥିଲେ ସେ ପାଠ.

ଚାକିରୀ କରିଲା  ଦୁଃଖ ତ ଘୁଞ୍ଚିଲା

    ଆଲୋକିତ ହେଲା ବାଟ.!!


ବିଭା ହେଲା ପୁଅ  ଚାକିରିଆ ଝିଅ

    ଆସିଲା ବୋହୁ ଘରକୁ.

ଗାଆଁ ପରିବେଶେ ଚଳିପାରେନି ସେ

    ପୁଅ ନେଲା ସହରକୁ.!!


ପିତାମାତା ସେବା  କରିବାକୁ ଅବା

    ବେଳ କାହିଁ ତାଙ୍କ ପାଶେ.

ଝାଟି ମାଟି ଘରେ  ଦୁଃଖକୁ ଆଦରି

   ରହିଲେ ସେହୁ ନିରାଶେ.!!


ଧନ କି ଦରବ  ନ ଥାଏ ଅଭାବ

   ସ୍ନେହ ପ୍ରେମ ଥିଲା ଉଣା.

ବୃଦ୍ଧ କାଳେ ସେବା  ଦରକାର ସଦା

    କିଏ କରିବ ଭରଣା .!!


ସ୍ନେହ ପ୍ରେମ ସେବା  ଠାରୁ କଣ ଅବା

    ଧନ ସମ୍ପଦଟି ବଡ଼.

ଭାବି ଭାବି ବାପା  ହେଉଛନ୍ତି ଖପା

    ଗଡେ ଲୁହ ଦୁଇ ଧାର.!!


ପୋଛିବାକୁ ଲୁହ  କିଏ ଅଛି କୁହ

    ଧନ କି ପୋଛିବ ଲୁହ.

ବିଦେଶରେ ପୁଅ  ବଡ଼ିମା ଦେଖାଅ

    ହୃଦରେ ଅକୁହା କୋହ.!!


ନାତି କି ନାତୁଣୀ  କୋଳେ ଥିଲେ ପୁଣି

    ଆନନ୍ଦ କେତେ ଯେ କୁହ.

ରାସ୍ତା ଘାଟେ ପର ପିଲାଙ୍କୁ ଦେଖିଲେ

    ଗଡେ ଦୁଇ ଧାର ଲୁହ.!!




Rate this content
Log in

Similar oriya poem from Inspirational