Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirupama Dehuri

Tragedy

4  

Nirupama Dehuri

Tragedy

ଦୁଇ ଧାର ଲୁହ

ଦୁଇ ଧାର ଲୁହ

1 min
340


ବୟସର ଅପରାହ୍ନେ ଏକାକୀ

ଦୁର୍ବିସହ ଜୀବନ

ପିତାମାତା,ଭାଇ,ସ୍ବାମୀ,ବଡପୁଅ

ସଭିଏଁ ଆରପାରି ରେ ।


ସ୍ତ୍ରୀ କଥାରେ ସାନପୁଅ

ଛାଡି ଗଲା ସୁଦୂର ସହରରେ

ପାଥେୟ ଆଜି ସରକାର ଙ୍କ ଠାରୁ

ପାଉଥିବା ପାଞ୍ଚ କେଜି ଚାଉଳ

ଆଉ ବିଧବା ଭତ୍ତା ।


ମୃତ୍ୟୁ ର ବିଭିଷିକାରେ

ଜମିବାଡ଼ି ସବୁ ବନ୍ଧକ

ଗାଈ ଗୋରୁ ବିକ୍ରି ହୋଇଗଲା ।


ଆଖିର ଦୁଇ ଧାର ଲୁହ ସାହାରା

ଅତୀତର ସ୍ମୁତି ରୋମନ୍ଥନେ

ବ୍ୟାକୁଳ ହୃଦୟ

ବାପା,ଭାଇଙ୍କ ନୟନ ପିତୁଳା

ଛୋଟ ବେଳୁ ମା ଛେଉଣ୍ଡ ।


ବାପା ଭାଇଙ୍କ ଅନ୍ଧର ଲଉଡ଼ି

ଗେଲବସରେ ପ୍ରତିପାଳିତ ଝାନସୀ

ଜୀବନର ଯୁଦ୍ଧେ ହାରିଗଲା

ବିବାହ ପରେ 

ସ୍ବାମୀ ମାନସିକ ରୋଗାକ୍ରାନ୍ତ ।


ସ୍ବାମୀଙ୍କ ଦୁଃଖରେ ମର୍ମାହତ

ବହୁ ଚିକିତ୍ସାରେ ପରେ ବି

ଶଙ୍ଖା ସିନ୍ଦୁର ବଞ୍ଚାଇ ପାରିନଥିଲା 

ଶିଶୁ ପୁତ୍ର ଦୁଇ ଛାଡି

ସ୍ବାମୀ ଚାଲିଗଲେ ଆରପାରି ।


ଭାଇର ଝିଅ ଇଜ୍ଜତ ସମ୍ମାନକୁ ଭୁଲି

ଅନ୍ୟ ଯୁବକ ସହ ବିବାହ ରେ

ଭାଇ ମଧ୍ୟ ଅପମାନ ଓ ଲୋକନିନ୍ଦାରେ

ମୃତ୍ୟୁ ପଥର ଯାତ୍ରୀ ।


ଏକମାତ୍ର ପୁତ୍ରର ମୃତ୍ୟୁ

ଝିଅର ବୈଧବ୍ୟ ଯନ୍ତ୍ରଣାରେ

ବ୍ୟାକୁଳିତ ପିତା               

ଶେଷ ନିଃଶ୍ୱାସ ତ୍ୟାଗ କଲେ

ଦୁଃଖ ଉପରେ ନଳିତା ବିଡା ସମ

ଝାନସୀର ଚତୁଃପାର୍ଶ୍ଵରେ ଅନ୍ଧକାର ।


ଭାଗ୍ୟକୁ ଆଦରି

ବଞ୍ଚିବାର ପ୍ରୟାସ ଜାରି ରଖେ କି

ବଡ଼ପୁଅ ର ଆକସ୍ମିକ ମୃତ୍ୟୁ ରେ

ସ୍ଥାଣୁ ପଥର ପାଲଟି ଯାଏ

ଆଖିରେ ଦୁଇ ଧାର ଲୁହ ନେଇ ।


ମାନସିକ ଚିନ୍ତାରେ ରୋଗାକ୍ରାନ୍ତ

ସୁଗର ଠାରୁ ବ୍ଳଡପ୍ରେସର ପର୍ଯ୍ୟନ୍ତ

ତଥାପି ନିଷ୍ଠୁର ଜୀବନ

ବଞ୍ଚି ଚାଲିଛି

ଆଖିର ଲୁହ ଓଠରେ ପିଇ ।


Rate this content
Log in

Similar oriya poem from Tragedy