ଦୁଃଖର ଏ ଦୀପାବଳି
ଦୁଃଖର ଏ ଦୀପାବଳି
ଦୀପାବଳି ଅଟେ ଦୀପ ର ପର୍ବ
ଧନତରାସ ପରେ ଆଗମନ
ଅଯୋଧ୍ୟା ବାସୀ ଶ୍ରୀ ରାମଚନ୍ଦ୍ର କୁ
ସ୍ୱାଗତ କରିଥିଲେ ଏହି ଦିନ ll 1 ll
ହିନ୍ଦୁ ଧର୍ମ ର ଏହି ଦୀପାବଳୀ
ଆଣେ ଖୁସି ର ସମ୍ଭାର
ପିଠା ମିଠା ସଂଗେ ଦୀପ ଆଉ ବାଣ
ମନ କୁ କରେ ବିଭୋର ll 2 ll
ଘର ଦୁଆର କୁ ଲିପା ପୋଛା କରି
ଲଷ୍ମୀ ମା କୁ କରନ୍ତି ପୂଜନ
ଧନତରାସ ରେ କୁବେର ପୂଜା କରି
ଘରକୁ ଆଣନ୍ତି ଧନ ରତନ ll 3 ll
ଅମାବାସ୍ୟା ତିଥି ଶ୍ୟାମାକାଳୀ ପୂଜା
କରନ୍ତି ନିଷ୍ଠା ଭକ୍ତିରେ
ବଡ଼ବଡ଼ୁଆ ଙ୍କୁ ଡାକରା ପକାଏ
ଜାଳି ଜାଳି ପୟା କାଠ ରେ ll 4 ll
ଦୀପ ମାଳ ମାଳ ସଜା ହେଇଥାଏ
ସାରା ସହର ବୁକୁର
ବାଣ ଫୋଟକା ରେ ଫାଟିଣ ପଡେଯେ
ଧରିତ୍ରୀ ମାତା ର ଅନ୍ତର ll 5 ll
ଆଜି ଏ ଦୁର୍ଦିନେ ଅକାଳ କାଳରେ
ଫୁଟୁନି ଫୋଟକା ବାଣ
ପୃଥିବୀ ସଢୁଛି କରୋନା କବଳେ
ଦୁଃଖରେ ସଭିଏଁ ଜନ ll 6 ll
କେତେ କେତେ ଜନ କରୋନା ଯୋଧ୍ୟା
ହରେଇଦେଲେଣି ପ୍ରାଣ
କରୋନା ରାକ୍ଷସ କାୟା ବିସ୍ତାରିଛି
ଶୁଖିଯାଏ ଏ ଜୀବନ ll 7 ll
କି ଖୁସି ମିଳିବ କୁହ ହେ ସୁଧୀ ଜନ
ଏ ଦୀପ ପର୍ବ ଦୀପାବଳୀ ରୁ
ଭୋକ ଉପାସରେ ଜୀବନ ବିତୁଛି
କୁଢ଼ କୁଢ଼ ଶବ ଵୀଛାରି ପଡୁଛି ll8 ll
ପୁତ୍ର ପିତା ହୀନ ମାତା ପୁତ୍ର ହୀନ
ବାହୁନି କାନ୍ଦୁଛି ପତ୍ନୀ
ଏ ଭଳି ସମୟେ କି ଖୁସି ମିଳିବ
କୁହ ହେ ଭାଇ ଭଗିନୀ ll 9 ll
ଏ ମା ଲଷ୍ମୀ ମା ଶ୍ୟାମାକାଳୀ
ରକ୍ଷା କର ଏ ବିଶ୍ୱକୁ
ଦୀପ ର ଜ୍ୟୋତିରେ ଜାଳିଦିଅ ମା
କରୋନା ରୁପି ରାକ୍ଷସ କୁ ll 10 ll
