Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଦୁଃଖ

ଦୁଃଖ

1 min
244



ଦୁଃଖ ଅବା ସୁଖ ମାନସିକ ସ୍ଥିତି

   ସମୟ ପ୍ରତିଫଳନ

ସଂସାରେ ମଣିଷ କରିଥାଏ ଭୋଗ

   ଆପଣା କର୍ମ ବିଧାନ ।


ସୁଖରେ ବିଭୋର ଦୁଃଖରେ ଅଧୀର

   ହୋଇବା ନୁହେଁ ଉଚିତ

ଦୁଃଖ କିବା ସୁଖ ନୁହେଁ ସଦା ସ୍ଥିର

   ଘୁରୁଥାଏ ଚକ୍ରବତ ।


ନୀତି ଉପଦେଶ ଅନେକ ଦୃଷ୍ଟାନ୍ତ

   ଦେଇଛନ୍ତି ଋଷି ମୁନି

ଏକନିଷ୍ଠ ଭାବେ ଭକତି ବିଶ୍ୱାସେ

   ଦୁଃଖକୁ ପାରିବ ଜିଣି ।


କର୍ତ୍ତବ୍ୟ କର୍ମରେ ଢାଳ ମନପ୍ରାଣ

  ହୁଅ ନାହିଁ ଧୈର୍ଯ୍ୟ ହରା

ଦୁଃଖ ହିଁ କଷଟି ମାନବ ଜୀବନେ

  ଚିହ୍ନାଏ ପର ଆପଣା ।


ବିକଶିତ ହୁଏ ହୃଦୟ କମଳ

  ଶତଦଳ ସହସ୍ରାର

ସୁରଭିତ ହୁଏ ସୁଗନ୍ଧ ସୁଗୁଣ

  ହୁଅନି ଦୁଃଖେ କାତର ।


   ଆସୁ ସୁଖ ଅବା ଦୁଃଖ

ହୋଇ ଅବିଚଳ ଶାନ୍ତ ସ୍ଥିତପ୍ରଜ୍ଞ

   ଅନୁସର ସତ୍ୟ ପଥ ।


 


Rate this content
Log in

Similar oriya poem from Inspirational