Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational Others

3  

Niranjan Sahu

Inspirational Others

ଦୁଃଖ କରିବାର ନାହିଁ

ଦୁଃଖ କରିବାର ନାହିଁ

1 min
162


ବାହା ବାହା ରେ କେମିତି ମଜା      

ଭାଲୁ ନାଚ କରେ ବଜେଇ ବାଜା

ପୁଅ ପାଇଁ ବାପା ରଜା

ବାପା ନଥିଲେ ଏଇ ସମାଜରେ

ପୁଅ ପାଏ ନାହଁ ମଜା ।


ବାପ ଥିବା ପୁଅ ସଭାରେ ହାରେନା

ବାପ ଥିବା ପୁଅ ଅଭାଵ ଜାଣେନା

ବାପ ଥିବା ପୁଅ ଦୁନିଆଁ ମାନେନା

 ତେଣୁ, ପୁଅ ପାଇଁ ବାପା ରଜା

 ବାପ ଯୋଗୁ ପୁଅ ମଜାରେ ବଞ୍ଚୁଛି

 ଜୀବନେ ପାଉଛି ମଜା ।


ବଡ଼ ହେଲେ ପୁଅ ସବୁ ଭୁଲିଯାଏ

ନିଜର ସନ୍ତାନ ପଛେ ଧାଇଁ ଥାଏ

ହୋଇ ନିଜେ ଜଣେ ରାଜା

ଯେଉଁ ବାପା ଦିନେ ରଜା ହୋଇଥିଲା

ପୁଅ ପାଇଁ ପାଏ ସଜା ।


ବୁଝିବା ଲୋକ ସହଜେ ବୁଝିବ

ନବୁଝିବାକୁ କିଏ ବୁଝେଇବ

ଏତ ସଂସାର ର ନିୟମ

ବାପା ବୁଢ଼ା ହେଲେ ନିଜେ ବାପା ହେଲେ

ବୁଦ୍ଧି ହୋଇଯାଏ ବାମ ।


ନିଜର ସନ୍ତାନ ପଛେ ଧାଇଁ ଥାଏ

ନିଜର ବାପା କୁ ପଛେ ରଖିଥାଏ

ଏ ନିୟମ ସଭିଙ୍କ ପାଇଁ

ନିଜର ସନ୍ତାନ ହତାଦର କଲେ

ଦୁଃଖ କରିବାର ନାହିଁ ।


Rate this content
Log in

Similar oriya poem from Inspirational