STORYMIRROR

Jyochhna rani Devi

Inspirational

4  

Jyochhna rani Devi

Inspirational

ଦୁହିତା

ଦୁହିତା

1 min
287

ଦୁଇକୁଳ ମଧ୍ୟେ ସୁବର୍ଣ୍ଣ ସୂତାରେ ସୁତା ହୋଇ ଲାଗି ରହୁ

ଦି ଦିନ କୁଣିଆ ବାପଘରେ ହୋଇ ମହତକୁ ଜଗି ରହୁ

ଦୁଇପଟ ଶଙ୍ଖା ଚହଲାଇ ଦିଏ ତୋ ଜୀବନ ତରୀ ପରା

ଦୁଇ ନାଆ ମଙ୍ଗ ସଳଖିବା ପାଇଁ ମାନୁନା ତୁ ଶୀତଖରା ।


ଦୁଇ ଘର ମାନ ମହତ ପାଇଁ ତ ଏନ୍ତୁଡିରୁ ଜୁଇ ଯାଏଁ

ଦୁହିତା ପରା ତୁ ସନ୍ତୁଳି ହେଉ ଲୋ ତୋ ଦୁଃଖକୁ ଦେଖେ କିଏ

ଦୁଇଧାର ଲୁହ ନିତିଦିନ ସାଥି ସନ୍ତୁଳନ ରକ୍ଷା ପାଇଁ

ଦୀପର ଦିହୁଡି ଜଳାଇ ଜଳାଇ ମର୍ଯ୍ୟାଦାକୁ ଜଗି ରହି ।


ଦୁଃସହ ବେଦନା ହୃଦୟରେ ଚାପି ଚାଲିଥାଉ ପାଦ ଥାପି

ଦୁଲଣୀ ତୁହି ଲୋ କାହାର ଦୁଲାଳୀ ଏ କଥାକୁ ମାପିଚୁପି

ଦୁର୍ବିଷହ ତୋର ଜୀବନର ଭାର ସହଜ କରିବା ପାଇଁ

ଦୁର୍ବିନୀତ ନୋହୁ ହଳାହଳ ଯେତେ ଉଦରସ୍ଥ କରିଦେଇ ।


ଦୁର୍ଗମ ପଥ ତ ଚାଲିବା ପାଇଁକି ଦୁହିତା ଜନମ ତୋର

ଦୁଇକୁଳ ଯଶ ପଉରୁଷ ପାଇଁ ଶକ୍ତି ସାଜି ହେଲୁ ସାର

ଦୁର୍ବଳମନା ତୁ ହେବୁନାହିଁ କେବେ ସଂସାରେ ହୋଇବୁ ଖ୍ୟାତ

ଦୃଢମୂଳ ହୋଇ ଦୃପ୍ତ କେବେ ନୋହି ଚାଲିଥିବୁ ସତ୍ୟପଥ ।




ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational