STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ଦସ୍ୟୁ ରତ୍ନାକର

ଦସ୍ୟୁ ରତ୍ନାକର

1 min
188

ଦସ୍ୟୁ ଓ ମହର୍ଷି ଦୁଇଟି ବିପରିତାଧର୍ମି ଶବ୍ଦ।

ଗୋଟିଏ ଘୃଣାର ଶିର୍ଷରେ, 

ଅନ୍ୟଟି ପୂଜ୍ୟମାନ।

ସଭିଙ୍କ ଭିତରେ ରହିଛି ଏଇ ଦୁଇ ଗୁଣର ସମ୍ଭାର,

ହେଲେ, ଯେଉଁ ଗୁଣ ଅନ୍ୟଟିକୁ କରେ ଆୟତ୍ତ,

ସେଇଟା ହୁଏ ବିକଷିତ।

ଏମିତି ଏକ ସମୟ ଆସେ, 

ଗୋଟିଏ ଘଟଣା , 

ଗୋଟିଏ ଚରିତ୍ରର କରି ହତ୍ଯା, 

ଅନ୍ୟଟିକୁ କରେ ଦମନ ଚିରଦିନ ପାଇଁ।

ରତ୍ନାକର ଜୀବନେ ଯେବେ ଆସିଲା ସେ ଯୋଗ,

ମହର୍ଷି ପଣ ତା ହେଲା ସଜାଗ।

ଦସ୍ୟୁପଣକୁ କରି ଦମନ,

ମହର୍ଷି ବାଲ୍ମିକି ହେଲା ସେ ଜନ। 

ସମାଜେ ପାଇଲା ସେ ଯେ ସମ୍ମାନ,

ନାମ ଅରଜିଲା ରଚି ରାମାୟଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational