ଦସ୍ୟୁ ରତ୍ନାକର
ଦସ୍ୟୁ ରତ୍ନାକର
ଦସ୍ୟୁ ଓ ମହର୍ଷି ଦୁଇଟି ବିପରିତାଧର୍ମି ଶବ୍ଦ।
ଗୋଟିଏ ଘୃଣାର ଶିର୍ଷରେ,
ଅନ୍ୟଟି ପୂଜ୍ୟମାନ।
ସଭିଙ୍କ ଭିତରେ ରହିଛି ଏଇ ଦୁଇ ଗୁଣର ସମ୍ଭାର,
ହେଲେ, ଯେଉଁ ଗୁଣ ଅନ୍ୟଟିକୁ କରେ ଆୟତ୍ତ,
ସେଇଟା ହୁଏ ବିକଷିତ।
ଏମିତି ଏକ ସମୟ ଆସେ,
ଗୋଟିଏ ଘଟଣା ,
ଗୋଟିଏ ଚରିତ୍ରର କରି ହତ୍ଯା,
ଅନ୍ୟଟିକୁ କରେ ଦମନ ଚିରଦିନ ପାଇଁ।
ରତ୍ନାକର ଜୀବନେ ଯେବେ ଆସିଲା ସେ ଯୋଗ,
ମହର୍ଷି ପଣ ତା ହେଲା ସଜାଗ।
ଦସ୍ୟୁପଣକୁ କରି ଦମନ,
ମହର୍ଷି ବାଲ୍ମିକି ହେଲା ସେ ଜନ।
ସମାଜେ ପାଇଲା ସେ ଯେ ସମ୍ମାନ,
ନାମ ଅରଜିଲା ରଚି ରାମାୟଣ।
