Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Classics Others

3  

Bidulata Sahoo

Classics Others

ଦଶହରା

ଦଶହରା

1 min
201



ଆସିଛିରେ ଆଜି ଦଶହରା,

ଆଣିଛି ଖୁସିର ପସରା,

ସହରଠୁ ଗାଁଆ ସବୁଆଡେ ଖାଲି ଛୁଟୁଛି ଖୁସିର ଫୁଆରା |

ଆକାଶରେଧଳା ବଉଦ,

ନଦୀ ଜଳ ଦିଶେ ସଫେଦ,

ଚାନ୍ଦର ଉଜ୍ଜଳେ ବାରି ହେଉନାହିଁ ଦିନକି ରାତିରେ ପ୍ରଭେଦ |

ଆକାଶରେ ଚାନ୍ଦ ରୋଷଣୀ,

ମାଟିରେ ସବୁଜ ବନାନୀ,

ଶେଫାଳୀ ଗାଲିଚା ବିଛାଇ ଡାକୁଛି ଆସ ମାଆ ମହିଷା ମର୍ଦ୍ଦିନୀ 

କାଶତଣ୍ଡି ନଦୀ ପଠାରେ

ମୁକୁଟ ନାଇ ତା ମଥାରେ,

ଡାକୁଛି ଆସ ମାଆ କୃପାଦୃଷ୍ଟି ଟିକେ ଢାଳିଦିଅ ଏଇ ସଂସାରେ |

ତୋରଣ,ମଣ୍ଡପ,ଆଲୋକ,

ଏକୁ ବଳି ଏକ ଝଲକ,

ସଞ୍ଜ ନଇଁ ଗଲେ ଦେଖଣାହାରୀଙ୍କ ଆଖିରେ ପଡୁନି ପଲକ |

ଦୋକାନରେ ଭିଡ ଜମୁଛି,

ଗ୍ରାହକଙ୍କ ସଂଖ୍ୟାବଢ଼ୁଛି

ଦେଖିଲେ ଲାଗୁଛି ସତେକି ସେଠାରେ ପ୍ରତିଯୋଗୀତାକି ଲାଗିଛି |

ଛୁଟି ଏବେ ସବୁ ଅଫିସି,

ଦରମା ବୋନସ୍ ମିଳିଛି,

କର୍ମଚାରୀମାନେ ଖୁସିରେ ଦେଶ ଓ ବିଦେଶରେ ଖୁସି ମନାନ୍ତି |

ଦଶହରା ଏବେ ସରିବ,

ମାଆ ଚାଲିଯିବେ ସରଗ,

ମହିଷା ସହିତ ମଦିରା ମର୍ତ୍ତ୍ୟରେ ମଣିଷ ସହିତ ରହିବ |

ସବୁବର୍ଷ ପୁଜା ଆସୁଛି,

ଖୁସିର ପସରା ବାଣ୍ଟୁଛି,

ହେଲେ ମଣିଷ ପ୍ରକୃତି ବଦଳୁନି ଜମା ଯେମିତି ସେମିତି ରହୁଛି |


Rate this content
Log in

Similar oriya poem from Classics