ଦଶହରା ଆସୁଛି ପରା
ଦଶହରା ଆସୁଛି ପରା
ନୀଳ ଲଫାପାରେ ସବୁଜ କାଳିରେ
ଶରତ ଲେଖିଛି ଚିଠି
ମାଆ ମାହେଶ୍ୱରୀ ଦୁର୍ଗା ରୂପେ ଅବତରି
ନବଦିନାଙ୍କେ ନାମ ଗୋଟିଗୋଟି
ପୂଜି ପୟର ମହିଷମର୍ଦ୍ଦିନୀ ମାତା ଦୁର୍ଗାଙ୍କର
ଦଶହରାରେ ଦେବେ ମା ଭେଟି
ସନ୍ତ୍ରାସ ଆତଙ୍କ ଯୁଦ୍ଧ ବିଭୀଷିକା ଦୁର୍ଦ୍ଦିନ ନଥିବ
କାଶତଣ୍ଡି କହେ ଲୋଟି
ଖୋଲି ଦେବେ ଯେବେ ମାଆ ତୃତୀୟ ନୟନ
ଝଡ଼ ବାଆ ବତାସେ ପଡ଼ିବ ଗଣ୍ଠି
ଛିଟିକି ପଡ଼ିବେ ସମୁଦ୍ରେ ମିଶିବେ ସବୁ ମହାମାରୀ
ଦେଖି ଦଶଭୁଜା ଚକ୍ଷୁ ତିନିଗୋଟି
ମହିଷା ରୂପରେ ଯେତେ ଯେ ଯେଉଁଠି କରନ୍ତି
ଲୀଳା ଖେଳା ଖାଇବେ ଲାଠି
ଘରେ ଘରେ ସର୍ବେ ସଜ ସଜାଡ଼ି ଥୋଇ ପୂଜିବେ
ତାଳପତ୍ର ଲେଖନୀ ଗୋଟି
ଫୁଲ ବଗିଚାରେ ଫୁଲ ଫୁଟି ଝରିଯାଏ
ମାତା ପଦେ ଯିବେ ଲୋଟି
ବନ୍ଦନା କରିବା ଦଶହରା ପର୍ବ ପାଳିବା ସଂସ୍କୃତି
ମୁଣ୍ଡ ନୁଆଁଇ ମାଆ ମାଟି
ଭସାଣୀ ସରିବ ଦୁର୍ଗା ମାଆ ଫେରିଯିବେ
ମନଟି ଆଉଟି ପାଉଟି
ଯେଉଁ ମାଟିରେ ମାଆଙ୍କ ସ୍ଥାପନା ବନ୍ଦନା ବିଧି ବିଧାନ
ପ୍ରଣତି ଢାଳିବା ଏକତ୍ର ଜୁଟି
ଦଶହରାରେ ପ୍ରଭୁ ରାମଚନ୍ଦ୍ର ଓ ଦୁର୍ଗାମାଆଙ୍କ
ଆଶୀର୍ବାଦ କୈବଲ୍ୟ ଯିବ ଫିଟି।
