Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Others

3  

Arjuni charan Behera

Classics Others

ଦଶାବତାର

ଦଶାବତାର

2 mins
176



ଲୀଳାମୟ ପ୍ରଭୁ ଦାରୁବ୍ରହ୍ମ ରୂପେ

ନୀଳାଚଳେ ବିଜେ କରି l

ଭକତ ଗଣଙ୍କୁ କୋଳ କରିବାକୁ

ବସିଛ ଭୁଜ ପ୍ରସାରି ll

ଜଗତରେ ବାଜେ ଢକ୍କା ହେ ତୁମ୍ଭେ

ସୁଦୟା ବନ୍ତ ଶ୍ରୀହରି l (ଘୋଷା )

ଧର୍ମ ସଂସ୍ଥାପନ ଅର୍ଥେ ମହାପ୍ରଭୁ

ଯୁଗେ ଯୁଗେ ଅବତରି l

ଦୁଷ୍ଟ ନିବାରଣ ସନ୍ଥଙ୍କ ପାଳନ

ଭକ୍ତ ବତ୍ସଳ ଶ୍ରୀହରି ll

ତପେ ପ୍ରୀତ ହୋଇ ଭକତ ଧ୍ରୁବର

ଦେଲେ ତାକୁ ଧ୍ରୁବ ପୁରୀ l

ମୀନ ଅବତାରେ ପ୍ରଳୟ ଜଳରୁ

ଧରଣୀ ଥିଲେ ଉଦ୍ଧାରି ll

କଚ୍ଛପ ରୂପରେ ପୃଷ୍ଠରେ ଧରିଲେ

ଆକର୍ଷି ମନ୍ଦର ଗିରି l

ସାଗର ମନ୍ଥନୁ ଲକ୍ଷ୍ମୀଙ୍କୁ ଲଭିଲେ ବିଜେ 

ବଇକୁଣ୍ଠ ପୁରୀ ll

ହିରଣ୍ୟାକ୍ଷ ଦୈତ୍ୟ ବଳେ ହରିନେଲା

ଧରଣୀ ପାତାଳ ପୁରୀ l

ବରାହ ରୂପରେ ଦନ୍ତାଗ୍ରେ ଧରିଲେ

ଉଦ୍ଧରି ମା' ବସୁନ୍ଧରୀ ll

ବିଷ୍ଣୁ ଭକ୍ତ ଶିଶୁ ପ୍ରହଲ୍ଲାଦ ପୀଡ଼େ

ତୁମ୍ଭ ଠାରେ ଦ୍ରୋହ କରି l

ନରସିଂହ ରୂପେ ଦୈତ୍ୟ ହିରଣ୍ୟକୁ

ବଧିଲ ସ୍ତମ୍ଭୁ ବାହାରି ll

ଦର୍ପି ବଳି ଦର୍ପ ଗଞ୍ଜନ ନିମନ୍ତେ

ବାମନ ରୂପରେ ହରି l

ତିନିପାଦ ଭୂମି ଦାନ ନେଇ ତାକୁ

ଚାପିଲ ପାତାଳ ପୁରୀ ll

ଷଷ୍ଠ ଅବତାରେ ଅବତରି ଥିଲ

ତୀକ୍ଷ୍ଣ ପରଶୁକୁ ଧରି l

ଭୃଗୁପତି ରୂପେ ଏକବିଂଶ ବାର

କ୍ଷତ୍ରିୟ ଥିଲ ସଂହାରି ll

ତ୍ରେତୟାରେ ପୁଣି ରାମ ଅବତାର

ହେ ପ୍ରଭୁ କୋଦଣ୍ଡ ଧାରୀ l

ସୀତୟାଙ୍କ ଛଳେ ରାବଣ ବଧିଲ

ଭଷ୍ମ କଲ ଲଙ୍କା ପୁରୀ ll

ଧେନୁକା ବଧିଲ ଘୋର ତାଳବଣେ

ବଳରାମ ରୂପ ଧରି l

ଭ୍ରାତା କୃଷ୍ଣ ସଙ୍ଗେ କଂସ ବିନାଶିଲ

ତାରିଲ କୁବୁଜା ନାରୀ ll

ଜୀବେ ଦୟା କ୍ଷୀଣ ହେଲା,ଯଜ୍ଞ ମଧ୍ୟେ

ପଶୁ ବଧ ହେଲା ଭାରି l

କରୁଣାବତାର ବୁଦ୍ଧ ରୂପେ ପ୍ରଭୁ

ବର୍ଷିଲ କରୁଣା ବାରି ll

କଳିଯୁଗେ ପ୍ରଭୁ କଳ୍କୀରୂପ ହେବେ

କରେ କରବାଳ ଧରି l

ଧୂମକେତୁ ପ୍ରାୟ ଦୁଷ୍ଟ ସଂହାରିବେ

ବାର ହାତ ଖଣ୍ଡା ଧରି ll

ଦଶ ଅବତାରେ ବନ୍ଦନା କରିଲି

କଞ୍ଜ ନୟନ ଶ୍ରୀହରି l

ଜୟ ଜଗନ୍ନାଥ ହେ ବିଶ୍ୱ କରତା

ଦୀନବନ୍ଧୁ ଦଇତାରୀ ll

         


Rate this content
Log in

Similar oriya poem from Classics