STORYMIRROR

Dr.Omm Prasad Pradhan

Fantasy Others

4  

Dr.Omm Prasad Pradhan

Fantasy Others

ଦର୍ପଣ

ଦର୍ପଣ

1 min
169

କାଚ ନିର୍ଜୀବ ହେଇପାରେ

ଦର୍ପଣ ନୁହେଁ 

ସେ ବି କହିପାରେ ନିଚ୍ଛକ ସତ 

କାହାର ପ୍ରେରଣା ସାଜି 

ଦେଖାଇପାରେ ସମସ୍ତଙ୍କୁ

ସେମାନଙ୍କର ସ୍ପଷ୍ଟ ଚିତ୍ର 


ଯେତେବେଳେ ମୁଁ ନିଜକୁ ଦେଖେ 

ସେତେବେଳେ ମୁଁ କଣ ଦେଖେ ?

ଏଇ ରକ୍ତ ମାଂସ ଗଢା ଶରୀରକୁ 

ନା 'ଆଉ କିଛି

ଗର୍ବ ପୂର୍ଣ ଦାମ୍ଭିକ ଶରୀରକୁ 

ନିରିଖେଇ ଦେଖେ 

କିଛି ମିଳେନାହିଁ ସେଇ ଦର୍ଶନରୁ 

ବାସ୍ ଏକ ଆତ୍ମତୃପ୍ତି ।


ଅଭିମାନରେ ଦ୍ରବିତ ମନ 

ଆଉ କିଛି କ୍ଷଣ ଓଦା ହେଇଯାଏ 

ପୁଣିସେହି ଅହଂକାରର ପୁନରାବୃତ୍ତି

ସୌନ୍ଦର୍ଯ୍ୟର ଗର୍ବପୂର୍ଣ ବ୍ୟବହାର 


ଦର୍ପଣରେ ନିଜ ପ୍ରତିଫଳିତ ଚିତ୍ର 

ନିଜର ସ୍ୱରୂପକୁ କଣ କହିପାରେ ?

କିନ୍ତୁ ସମାଜ ସେୟା ହି ଭାବେ

ଚିତ୍ର ଦେଖି ଚରିତ୍ରକୁ ମାପେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy