ଦରିଦ୍ର ବାଳକ
ଦରିଦ୍ର ବାଳକ


ଦରିଦ୍ର ବାଳକ ନାମ ନବଘନ
ନପାରଇ ପିନ୍ଧି ନୂତନ ବସନ |
ଚିରା ପିଆଣ୍ଟରେ ତାଳି ଅଛି ପଡ଼ି
ମଇଳା କୁରୁତା ଓହଳିଛି ଧଡ଼ି |
ସାଥି ପିଲାମାନେ କରୁଥାନ୍ତି ଥଟ୍ଟା
ଦେଖି ତା ପୋଷାକସାରା ଚିରା ଫଟା |
ଦୁଷ୍ଟ ସାଥି ହାତୀ ଦେଲା ତାକୁ ଫାଡ଼ି
ପେଲି ଦେଲା ମକୁ ପଡ଼େ ମୁହଁମାଡ଼ି |
ନେହୁରା ସେ ହେଲା କେତେଯେ କାନ୍ଦିଲା
ଦେହରୁ କୁରୁତା ଉତ୍ତାରେ ପରିଆ
ଟିକି ଟିକି କରି ଚିରିଲା ହରିଆ |
ଗରିବର ପାଇଁ କେହି ସାହା ନାହିଁ
ମଜା ଦେଖୁଥିଲେ ଦଳେ ଦୂରେ ଥାଇ |
ଏତିକି ବେଳରେ ପ୍ରଧାନ ଶିକ୍ଷକ
ପହଁଞ୍ଚି ଦେଖିଲେ କାନ୍ଦୁଚି ବାଳକ |
ପିଲାଠାରୁ ବୁଝି ସବୁ ସମାଚାର
>
ନେତ୍ରୁ ବହିଗଲା ଲୁହ ଦୁଇ ଧାର |
ନୂତନ ପୋଷାକ ଆଣିଲେ ମଗାଇ
ପିନ୍ଧାଇଲେ ତାକୁ ଯତନେ ବୁଝାଇ |
ଚାଟସଭା ଗୁରୁ କଲେ ଆୟୋଜନ
ନବଘନ କଥା କଲେ ଆଲୋଚନ |
ଦୁଃଖୀ ଅରକ୍ଷିତ ରୂପେ ନାରାୟଣ
ପରଖନ୍ତି କିଏ ସଜ୍ଜନ ଦୁର୍ଜନ |
ପର ଦୁଃଖ ଦେଖି କାନ୍ଦେ ଯା ଅନ୍ତର
ପର ଉପକାର ସାଧେ ଯେଉଁ ନର |
ମାନବର ସେବା ମାଧବ ପୂଜନ
ସଂସାରେ ସେହିଟି ଅଟେ ପୁଣ୍ୟଜନ |
ଦୁଃଖୀ ଦୁଃଖେ ଥଟ୍ଟା ନୁହଁଇ ଶୋଭନ
ଅନୁତାପ କଲେ ଦୁଷ୍ଟ ଚାରିଜଣ |
ନବଘନ ପାଶେ ମାଗିନେଲେ କ୍ଷମା
ଆଦର୍ଶପଣର ସାଜିଲେ ଉପମା |
ଆର୍ଥିକ ସାହାଯ୍ୟ କଲେ ଗୁରୁବର
ଘୁଞ୍ଚିଲା ଦାରିଦ୍ର୍ୟ ପଢ଼ାରେ ସଫଳ |