STORYMIRROR

Anupama Sahu

Tragedy

3  

Anupama Sahu

Tragedy

ଦରଦୀ ହୃଦୟ

ଦରଦୀ ହୃଦୟ

1 min
201

ତୁମ ସାଥେ ଟିକେ 

କଥା ହେବା ପାଇଁ 

ଛଟପଟ ମନଟା 

ସୁଯୋଗ ଖୋଜୁ ଥାଏ ,

ନୀରବରେ ସମୟକୁୁ 

ଅପେକ୍ଷା କରୁଥାଏ, 

ମରି ପୁଣି ଜୀଉଁ ଥାଏ

ଦରଦୀ ହୃଦୟ ,

ତୁମେ କିିିନ୍ତୁ କେବେ 

ଓଠ ଖୋଲ ନାହିଁ 

କଥା ପଦେ କୁହ ନାହିଁ ,

ଅପେକ୍ଷା ସମୁଦ୍ରର 

ଉଛୁଳା ଛାତିରେ 

ଜୀବନ ନଦୀର 

ନିଶ୍ୱାସ ଛପି ଯାଏ 

କେତେ ଥର 

ତାର କେବେ ହିସାବ 

କରି ନାହିଁ, 

ପାଇ ହରାଇବାର 

ହତାଶ ଭିିଡରେ 

କୁହା ଅକୁହା ଶବ୍ଦ ଯେତେ 

ଓଠକୁ ଟିିକେ 

ଚୁମିବା ଲୋଭରେେ 

ଆସି ପୁଣି ଫେରିଯାଏ ,

ଚୁପ୍ ଚାପ୍ ଖୋଜୁ ଥାଏ ତୁମକୁ 

ସୋହାଗରେ ସାଉଁଣ୍ଟୁ ଥାଏ

ସ୍ମୃତିର ଗଦାରୁ ହୃଦୟ ବେଳାରେ

ତାଜା ତାଜା ତବ ପାଦ ଚିହ୍ନ

ବାର ବାର ଚାହିିଁ ଥାଏ

ଦର ଭିିିଜା ଆଖି 

ପ୍ରୀତି ଛୁଆଁ ପାଇବା ଆଶାରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy