Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ଦ୍ରୌପଦୀ ଓ କୃଷ୍ଣ ଉଵାଚ

ଦ୍ରୌପଦୀ ଓ କୃଷ୍ଣ ଉଵାଚ

2 mins
217



  ୧୮ ଦିନ ଯୁଦ୍ଧରେ ଦ୍ରୌପଦୀଙ୍କ ବୟସ ଯେମିତି ୮0 ବର୍ଷ ଭଳି ଲାଗୁଥିଲା, ଶାରୀରିକ ରୂପରେ ଓ ମାନସିକ ରୂପରେ ବି।


 ହସ୍ତିନାପୁରର ଚାରିଆଡେ ବିଧବାମାନଙ୍କର କ୍ରନ୍ଦନସ୍ୱର ସାଙ୍ଗକୁ ଶ୍ବାନଶୃଗାଳ ମାନଙ୍କର ବିକଟାଳ ରଡି ଦ୍ରୌପଦୀ ଙ୍କୁ ସ୍ଥାଣୁ କରି ଦେଇଥିଲା। ନଗର ର ଚାରିଆଡେ ପୁରୁଷଶୂନ୍ୟ। ଅନାଥ ପିଲାମାନେ ଯାହା ବୁଲାବୁଲି କରିବାର ଦେଖା ଯାଉଥିଲା। ଦ୍ରୌପଦୀ ନୀରବ, ନିଶ୍ଚଳ ରେ ବସି ଯାହା ଖାଲି ଶୂନ୍ୟ କୁ ଅନାଇଥାନ୍ତି।


ଠିକ୍ ସେହି ସମୟରେ........


  କୃଷ୍ଣ ଆସି ଦ୍ରୌପଦୀଙ୍କ ଉଆସରେ ପହଂଚି ଗଲେ। କୃଷ୍ଣଙ୍କୁ ଦେଖିଦେଇ ଦ୍ରୌପଦୀ କୁଣ୍ଡାଇ ପକେଇ କାନ୍ଦିବାକୁ ଲାଗିଲେ.......


ଦ୍ରୌପଦୀ :---- ଇଏ କ'ଣ ହେଲା ସଖା ? ମୁଁ ତ ଏପରି ହେବ ବୋଲି କେବେ ଚିନ୍ତା କରି ନଥିଲି।


କୃଷ୍ଣ :--- ନିୟତି ବହୁତ କ୍ରୁର ପାଂଚାଳି....ସେ ଆମେ ଯାହା ଚିନ୍ତା କରିବା ତାହାର ଅନୁରୂପରେ ଚାଲେ ନାହିଁ । ସେ ଆମର କର୍ମକୁ ପରିଣାମରେ ବଦଳାଇ ଦିଏ।

    ତମେ ପ୍ରତିଶୋଧ ନେବାକୁ ଚାହୁଁଥିଲ ଓ ସେଥିରେ ତମେ ସଫଳ ହେଲ। ତୁମର ପ୍ରତିଶୋଧ ପୁରା ହେଲା। ଖାଲି ଦୁର୍ୟୋଧନ ଓ ଦୁଃଶାସନ ନୁହଁନ୍ତି, ପୁରା କୌରବ ବଂଶ ସମାପ୍ତ ହୋଇ ଗଲା। ତମେ ତ ପ୍ରସନ୍ନ ହେବା କଥା ଦ୍ରୌପଦୀ।


ଦ୍ରୌପଦୀ :-- ସଖା ତମେ ମୋ ଘା ରେ ମଲମ ଲାଗେଇବାକୁ ଆସିଛ ନା...ଲୁଣ ଛିଞ୍ଚିବାକୁ ଆସିଛ !?


କୃଷ୍ଣ :-- ନା ଦ୍ରୌପଦୀ, ମୁଁ ତ ତୁମକୁ ବାସ୍ତବକତାକୁ ଅବଗତ କରେଇବାକୁ ଆସିଛି। ଆମର କର୍ମର ପରିଣାମ ଆମକୁ ବହୁଦୂର ପର୍ଯ୍ୟନ୍ତ ଦେଖା ଯାଏ ନାହିଁ ଆଉ ଯେତେବେଳେ ଆମକୁ ଦେଖା ଦିଏ ସେତେବେଳେ ଆମ ହାତରେ ଆଉ କିଛି ରହି ନଥାଏ।


ଦ୍ରୌପଦୀ:--- ତା'ହେଲେ କ'ଣ ଏ ଯୁଦ୍ଧ ପାଇଁ ମୁଁ ସମ୍ପୂର୍ଣ୍ଣ ରୂପେ ଦାୟୀ କୃଷ୍ଣ ??


କୃଷ୍ଣ :-- ନା ଦ୍ରୌପଦୀ । ତମେ ନିଜକୁ ଏତେ ମହତ୍ତ୍ୱପୁର୍ଣ ଭାବନି।

କିନ୍ତୁ.....

ତମେ ତୁମ କର୍ମରେ ସାମାନ୍ୟ ଅଳ୍ପ ଦୁରଦର୍ଶିତା ଦେଖାଇଥିଲେ, ଆଜି ତମେ ଏତେ କଷ୍ଟ ପାଉ ନ ଥାନ୍ତ ପାଂଚାଳି।


ଦ୍ରୌପଦୀ :--- ମୁଁ କଅଣ କରିପାରି ଥାନ୍ତି କୃଷ୍ଣ ???


କୃଷ୍ଣ :-- ତମେ ବହୁତ କିଛି କରି ପାରି ଥାନ୍ତ ଦ୍ରୌପଦୀ।


ଯେବେ ତୁମର ସ୍ୱୟଂବର ହେଲା..... ସେହି ସମୟରେ ତୁମେ କର୍ଣ୍ଣଙ୍କୁ ଅପମାନିତ କରି ନଥିଲେ ଏବଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନୁମତି ଦେଇଥିଲେ,, ବୋଧହୁଏ ପରିଣାମ ଆଉ କିଛି ହୋଇ ଥା'ନ୍ତା।


ତା'ପରେ 


ଯେବେ କୁନ୍ତୀ ତୁମକୁ ପାଞ୍ଚ ପତିଙ୍କର ପତ୍ନୀ ହେବା ପାଇଁ ଆଦେଶ ଦେଲେ, ସେତେବେଳେ ତୁମେ ଯଦି ସେ ଆଦେଶକୁ ସ୍ୱୀକାର କରି ନ ଥାନ୍ତ, ପରିଣାମ ଆଉ କିଛି ହୋଇ ଥାଆନ୍ତା।


ଏବଂ..


ତା'ପରେ..


ତମେ ତୁମ ମହଲରେ ଦୁର୍ଯୋଧନଙ୍କୁ ଅପମାନିତ କଲ... କି ଅନ୍ଧର ପୁତ୍ର ଅନ୍ଧ ବୋଲି କହିଲ। ସେ କଥା କହି ନଥିଲେ ତୁମର ବସ୍ତ୍ର ହରଣ ହୋଇ ନଥାନ୍ତା। ତେବେ ବୋଧହୁଏ ପରିସ୍ଥିତି ଆଉ କିଛି ହୋଇଥାନ୍ତା।


  ଆଉ ହଁ, ଆମର ଶବ୍ଦ ଆମର କର୍ମ ହୋଇଥାଏ ଦ୍ରୌପଦୀ । ଆଉ ଆମକୁ ପ୍ରତି ଶବ୍ଦ କହିବା ପୂର୍ବରୁ ଭାବି ଚିନ୍ତି କହିବାକୁ ହୋଇ ଥାଏ। ଅନ୍ୟଥା ତାହାର ଦୁଷ୍ପରିଣାମ। କେବଳ ନିଜକୁ ନୁହେଁ, ପୁରା ପରିବେଶକୁ ଦୁଃଖୀ କରି ଦେଇ ଥାଏ।


ସଂସାରରେ ମନୁଷ୍ୟ ଏକ ମାତ୍ର ପ୍ରାଣୀ, ଯାହାର ବିଷ ତାହାର ଦାନ୍ତରେ ନୁହେଁ.... ଶବ୍ଦରେ ଥାଏ।


 ଏଥିପାଇଁ ଶବ୍ଦର ପ୍ରୟୋଗ ଭାବି ଚିନ୍ତି କରିବା ଉଚିତ୍। ଏପରି ଶବ୍ଦ ପ୍ରୟୋଗ କର, ଯାହା କାହାର ଭାବନାକୁ କୁଠାର ଘାତ ନ କରୁ। କେହି ପ୍ରତିହିଂସା ପରାୟଣ ନହେଉ, କାହିଁକି ନା ମହାଭାରତ ଆମ ଭିତରେ ଲୁଚି କି ଅଛି। କେବଳ ଶବ୍ଦର ଅପେକ୍ଷା। 


Rate this content
Log in

Similar oriya poem from Classics