STORYMIRROR

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ଦୋଳେ ତୁ ଦୋଳ ଗୋବିନ୍ଦ

ଦୋଳେ ତୁ ଦୋଳ ଗୋବିନ୍ଦ

1 min
203


(ରାଗ କୌଶିକ )

ବସନ୍ତ ଋତୁରେ ପ୍ରକୃତି ଶୋଭାରେ

ଗୋବିନ୍ଦଙ୍କ ସ୍ମୃତି ଚାରଣ

ଦୋଳେ ପ୍ରଭୁ କୃଷ୍ଣ ଯଶୋଦାର ଧନ

ରାଧାସଙ୍ଗେ ଦାଣ୍ଡେ ଗମନ

କର ଦର୍ଶନ 

ଦୋଳେ ବିଜେ ରାଧା ଗୋବିନ୍ଦ

ଢଳି ଢଳି ଯାନ୍ତି ସୁନ୍ଦର ମୂରତି

ଦେଖିଲେ ଲାଗଇ ଆନନ୍ଦ ll


ଫଗୁ ଦଶମିରେ ବସି ବିମାନରେ

ଫଗୁ ରଙ୍ଗେ ଭକ୍ତ ରଙ୍ଗୀତ

ହୋଲି ଖେଳ ସଙ୍ଗେ ନାଚ ଗୀତ ମଧ୍ୟେ

ମଧୁ ରସେ ଗାଏ ସଂଗୀତ

ଦୋଳ ବିମାନେ

ଝୁଲନ୍ତି ଠାକୁର ଶ୍ରୀକୃଷ୍ଣ

ନୂତନ ବରଷ ପଞ୍ଜିକା ପଠନ

ଖୁସିରେ କରନ୍ତି ଶ୍ରବଣ ll


ଆମ୍ବ ବୃକ୍ଷ ବସି କୋଇଲି ରାବଇ

ସୁମଧୁରର କୁହୁ ତାନ

ଦୋଳେ ଆମ୍ବ ସଜା ଲାଗେ ମନଲୋଭା

ବସନ୍ତ ଋତୁ ଆଗମନ

ବହେ ମଳୟ 

ଦକ୍ଷିଣ ଦିଗରୁ ପବନ

କୃଷ୍ଣ ରାସ ଲୀଳା ପ୍ରେମେ ମତୁଆଲା

ମସ୍ତିଭରା ସାରା ଭୂବନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics