ଦୋଳ ଯାତ୍ରା ଦେଖା
ଦୋଳ ଯାତ୍ରା ଦେଖା
ଅଜା ଡାକି ଦେଲେ ଆସରେ ପିଲେ,
ଡାକ ଶୁଣି ପିଲା ଧାଇଁ ଆସିଲେ ।
ଆଜି ସନ୍ଧ୍ୟାବେଳେ ହେବନି ଗପ,
କେହି ପାରିବନି ସନ୍ଧ୍ୟାରେ ସପ ।
ଆଜି ସବୁ ଯିବା ଦୋଳ ଯାତରା
ପଡ଼ିଆ ଟି ସଜ୍ଜା ହୋଇଛି ପରା ।
ଠାକୁରେ ବିମାନେ ବସିବେ ଆସି,
ଦୃଶ୍ୟମାନ ହେଲେ ଲାଗିବ ଖୁସି ।
ସବୁ ନିଜ ନିଜ ମାସ୍କ ଆଣିବା,
ନିଜ ପାଟି ନାକ ଘୋଡାଇ ହବା ।
ଏକ ଏକ କରି ଲାଇନ୍ ଦେଇ,
ଯାତରା ଭିତରେ ବୂଲିବାଯାଇ ।
ସାମାଜିକ ଦୂର ପାଳନ କରି
ବୁଲି ସାରି ଘର ଆସିବା ଫେରି ।
ସାନିଟାଇଜରେ ହାତ ଧୋଇବା
ବହି ଖାତା ଧରି ପଢି ବସିବା ।,
ଅଜା କଥା ଶୁଣି ପିଲା ହସିଲେ
ନିଜ ମାସ୍କ ପିନ୍ଧି ସବୁ ଆସିଲେ ।
ଅଜା ସଙ୍ଗେ ଗଲେ ଯାତରା ଦେଖି
ସାମାଜିକ ଦୂର ବଜାୟ ରଖି ।
