Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

"ଦଣ୍ଡିବା ଶକ୍ତି ଯାର ଥାଇ

"ଦଣ୍ଡିବା ଶକ୍ତି ଯାର ଥାଇ

3 mins
385



  ଏ ଜଗତର ସ୍ରଷ୍ଟା ମୁହିଁ

   ମୋ ବିନୁ କାର ଗତି ନାହିଁ

   ସକଳ ଘଟେ ଅଛି ମୁହିଁ

   ସର୍ବ କର୍ମର ସ୍ରଷ୍ଟା ମୁହିଁ

   ଧର୍ମ ଅଧର୍ମ ସବୁ ମୁଁ କରଇ

   ନ୍ୟାୟ ଅନ୍ୟାୟ ମୁଁ ବିଚାରଇ

    ମୁଁ ଯେ ସୃଷ୍ଟି ରେ ସର୍ବତ୍ର ଥାଇ

   ହେଲେ ମୋ ସତ୍ତା କେ ନ ଜାଣଇ

   ଦଣ୍ଡିବା ଶକ୍ତି ଯାର ଥାଇ

    ସେ ପୁଣି କ୍ଷମା ଆଚରଇ।


    ନୀତି ନୈତିକତା ଆଦର୍ଶ

    ସବୁରି ଅଟେ ମୁଁ ସର୍ବଶ୍ଵ

     ମୁୁଁ ହିଁ ମୋ'ର କର୍ତ୍ତା

    କେ ବୁଝିବ ମୋର କପଟତା

    ମୁଁ ହିଁ ସକଳ ଘଟର କାରଣ

    ସର୍ବ ଘଟେ ମୁଁ ବିଦ୍ୟମାନ

    ଏ ଜଗତ ମୋ ପାଇଁ ଚଳଇ

     ସର୍ବ ଶକ୍ତି ର ଆଧାର ଯେ ମୁହିଁ

     ମୁଁ ସତ୍ୟ ଧର୍ମ ମୁଁ ଚିରନ୍ତନ

      ମୋ ସମକକ୍ଷ ଅଛି କେ

      ଏ ଜଗତେ ପୁଣ

      ମୁଁ ହିଁ ମୋର କରତା

     ମୋ'ର ଶକତି ନ ଜାଣେ ବିଧାତା 

     ମୁଁ ହିଁ କରେ ମୋ ଦଣ୍ଡ ବିଧାନ 

     କିବା ଜାଣିବେ ନର ଛାର ଗଣ

    ଦଣ୍ଡିବା ଶକ୍ତି ଯାର ଥାଇ ‌ 

   ସେ ପୁଣି କ୍ଷମା ଆଚରଇ।


   ରାଜା ର କ୍ଷମତା ସେ ଜାଣଇ

   ରାଜ୍ୟ କୁ ସେ ସମ୍ଭାଳଇ

   ରାଜା ହିଁ ରାଜ୍ୟର ଦେବତା

   ସେ ରଖେ ଜନଙ୍କ ସହ ମମତା

   ରାଜା ହିଁ ରାଜ୍ୟର ଈଶ୍ଵର

   ଜନତା ଅଟନ୍ତି ତାଙ୍କ ସହଚର

   କରିଲେ ଜନତା ଅନ୍ୟାୟ

   ରାଜା କରନ୍ତି ତା'ର ନ୍ୟାୟ

   ଜନତା ଙ୍କର ଅଟନ୍ତି ସେ ନ୍ୟାୟ ଦାତା 

    ସେ ଅଟନ୍ତି ଜନତା ଙ୍କ ବିଧାତା

  ଜନତା ଙ୍କର କିଛି ଭୁଲ୍ ଯଦି ଥାଏ ରହି

   ରାଜା ହିଁ ତାଙ୍କୁ କ୍ଷମା ଆଚରଇ

  କୁହାଯାଇଛି ସେ ପାଇଁ

  ଦଣ୍ଡିବା ଶକ୍ତି ଯାର ଥାଇ

   ସେ ପୁଣି କ୍ଷମା ଆଚରଇ।


   ରାଜା ହିଁ ରାଜା ପ୍ରଜା ହିଁ ପ୍ରଜା

   ଯେ ଚିନ୍ତେ ପ୍ରଜା ହିତ ପାଇଁ

  ରାଜା ପାଇଁ ସେ ତ ଯୋଗ୍ୟ ଅଟଇ

  ଜୀବନ ଜୀବିକା ପାଇଁ

  ଏ ଜୀବ ଜଗତ ର କଲ୍ୟାଣ ପାଇଁ

  ରାଜା ର ପଦ ବାଚ୍ୟ ସେହି

‌ ଦଣ୍ଡିବା ଶକ୍ତି ଯାର ଥାଇ

  ସେ ପୁଣି କ୍ଷମା ଆଚରଇ ।


 ମୁଁ ନୁହେଁ କି ତୁମେ ନୁହଁ

  ସବୁରି ମୂଳରେ ଈଶ୍ଵର ସେହି

  ଆମ ପଥ ପ୍ରଦର୍ଶକ ସେହି

  ନୀତି ନୈତିକତା ର ବାଟ ସେହି

  ସେବା ଓ ତ୍ୟାଗର ପଥ ସେହି

‌‌ ସବୁ ର ଉଦ୍ଧ୍ୱର୍ରେ ରହି ଅଛି ସେହି

 ତୁମେ ନୁହଁ କି ମୁଁ ନୁହେଁ

‌ ସବୁରି ମୂଳରେ ଅଛି ସେହି

 ଦଣ୍ଡିବା ଶକ୍ତି ଯାର ଥାଇ

   ସେ ପୁଣି କ୍ଷମା ଆଚରଇ।


  ମୁଁ ଯେ ବୁଝେନା ମୋର ଗତି

   ମୁଁ କିନ୍ତୁ ଚାହେଁ ଶାନ୍ତି ମୈତ୍ରୀ

   ମୋ'ର ନାମକୁ ସର୍ବେ ଧ୍ୟାୟୀ

   ସତ୍ୟ ନ୍ୟାୟ ଧର୍ମ ପଥରେ

   ଚଳନ୍ତି ସର୍ବେ ତହିଁ

   ମୁଁ ଯେ ନୁହଁଇ ମୋହର

   ମୋ କର୍ମ ମୋତେ ଅଗୋଚର

    ସବୁର କାରଣ ମୁଁ ଅଟଇ

   ମୋ ବିନୁ ଆନ ଗତି ନାହିଁ

   ଭାଗବତର ବାଣୀ ଏହି

   ଦଣ୍ଡିବା ଶକ୍ତି ଯାର ଥାଇ

   ସେ ପୁଣି କ୍ଷମା ଆଚରଇ ।


 ସର୍ବ ଶକ୍ତି ର ଅଧିକାରୀ ମୁହିଁ

  ହେଲେ ମୋତେ ରଖିବା ପାଇଁଁ କେ ନାହିଁ

 ମୁଁ ଯେ କର୍ମର ଅଧୀନ

  ସତ୍ୟ ନ୍ୟାୟ ର ଅଟେ ମୁଁ ଶରଣ

  କେ ନାହିଁ ମୋ କର୍ମ ପାଇଁ

  କର୍ମ ଅଧୀନ ଅଟେ ମୁହିଁ

  କୁହାଯାଇଛି ସେ ପାଇଁ

  ଦଣ୍ଡିବା ଶକ୍ତି ଯାର ଥାଇ

  ସେ ପୁଣି କ୍ଷମା ଆଚରଇ।


  କର୍ମ ତୋହର ନିଜ ଗୁରୁ

  ଉର୍ଦ୍ଧବ କେତେ ତୁ ପଚାରୁ

  ସକଳ କର୍ମ ପାଇଁ ତୁ ଦାୟୀ

 ମୁଁ କି ତୁ ନୁହେଁ ଯେ ଦାୟୀ

  ମୁଁ ଦାୟୀ ମୋ କର୍ମ ପାଇଁ

   ତୁ ଯେ ଦାୟୀ ତୋ କର୍ମ ପାଇଁ

   କେ ନୁହେଁ କାହାରି ଏ ସଂସାରେ

   ସଭିଏଁ ଚାଲନ୍ତି ମାୟାରେ

   ମୁଁ ତ ନୁହେଁ ମୋ‌ହରି

   ତୋ ପାଇଁ ଚିନ୍ତିବି କହ କିପରି

   ମୁଁ ତ ନୁହେଁ ମୋ ପାଇଁ

   କେମିତି କହିବି ତୋ ପାଇଁ

   ଧର୍ମ କର୍ମ କୁ ଧ୍ୟାୟୀ ତୁହି

    ମୋ ଚରଣେ ଶରଣ ତୁହି

   ସେ ପାଇଁ କହି ଅଛି ମୁହିଁ 

   ଦଣ୍ଡିବା ଶକ୍ତି ଯାର ଥାଇ

    ସେ ପୁଣି କ୍ଷମା ଆଚରଇ ।


  ମୁଁ ନୁହେଁ କାହାର ସହୋଦର

   ଆତ୍ମା ସ୍ୱରୂପ କେ ନୁହେଁ ମୋହର

    ମୋ ସତ୍ତାକୁ ବୁଝିବା ପାଇଁ

   ଏ ଜଗତେ ମୁଁ ଲୀଳା ରଚଇ

  କେଉଁଠି ମୁଁ ପରା ନ ଥାଇ

  ସଭିଏଁ କିନ୍ତୁ ବ୍ୟସ୍ତ ବିବ୍ରତ ମୋ ପାଇଁ

‌ ମୁଁ ନୁହେଁ ଶାସକ ଶୋଷକ

   ଅଟେ ମୁଁ ଏ ଦେଶ ରକ୍ଷକ

  ମୋ ଠାରେ ଭାବ ଭକ୍ତି ନାହିଁ

   ତଥାପି ମୁଁ ବଞ୍ଚିଛି ସଭିଙ୍କ ପାଇଁ 

   ଦୟା କ୍ଷମା ର ମୁଁ ଅଟେ ପ୍ରତୀକ

   ମୁଁ ଅଟେ ସଭିଙ୍କ ଲେଖା ଓ ଲେଖକ

   ମୁଁ ଚାହେଁନି ଅଧର୍ମ କାହା ପାଇଁ

    ଧର୍ମ ର ରକ୍ଷା ପାଇଁ

    ମୁଁ ଯେ ଅହରହ ଲୀଳା ରଚଇ

     ମୋ'ର ଧରମ କରମ ପାଇଁ

    ସକଳ ଜୀବଙ୍କୁ ମୁଁ ମୋ ସାଥେ ଘେନଇ

     ମୋ'ର କର୍ମ କୁ ମୁଁ ନ ଜାଣଇ

     କିନ୍ତୁ ଜଗତେ ଧର୍ମ କୁ ରଖିବା ପାଇଁଁ

    କୁହେ ମୁଁ ଦଣ୍ଡିବା ଶକ୍ତି ଯାର ଥାଇ

    ସେ ପୁଣି କ୍ଷମା ଆଚରଇ।

    

  ଜଗତ କରତା ମୁଁ ଅଟଇ

   ମୋ ହୃଦ ସଭିଙ୍କ ପାଇଁ କାନ୍ଦଇ

   ମୁଁ ଅଟେ ଜଗତର ସାଇଁ 

   ମୋ ବିନୁ ଅନ୍ୟ ଗତି ନାହିଁ

    ଧର୍ମ ଅଧର୍ମ କରେ ମୁଁ ବିଚାର

   ସତ୍ୟ ନ୍ୟାୟ ର ସ୍ଵରୂପ ମୋ'ର

    ମୁଁ ତ କାହାର ଅଧର୍ମ ନ ବିଚାରଇ

    କେ ଦୁଃଖ କଷ୍ଟ ନ ଭୋଗୁ ମୋ ପାଇଁ

     ସେ ପାଇଁ କୁହାଯାଏ ତହିଁ

    ଦଣ୍ଡିବା ଶକ୍ତି ଯାର ଥାଇ

    ସେ ପୁଣି କ୍ଷମା ଆଚରଇ ।।


Rate this content
Log in

Similar oriya poem from Abstract