ଦନାର ମାଝୀ
ଦନାର ମାଝୀ
ଗରିବର ଦୁଃଖ ଘେରିଛି ସର୍ବଦା
ଦୁଃଖ ପରେ ଦୁଃଖ ଆସି,
ସଂସାରେ ଚଳିବା ପାଇଁକି ନ ଥାଏ
ଆଶା ସୁଖ ଲାଭ ରାଶି l
ଦନାର ମାଝୀଙ୍କ ଅଭୁଲା ସଂସାରେ
ଗରିବୀ କଷଣ ଘେରା,
ଜୀବନରେ କିସ ତାର ପ୍ରୟୋଜନ
ଜଞ୍ଜାଳ କରେ ଆଶାରା l
ସ୍ତିରୀଙ୍କର ରୋଗ ବଢିଲା କ୍ରମରେ
ନମିଳିଲା ତାକୁ ଧନ,
ମରଣର ମୁଖ ସ୍ତିରୀ ଭାଗ୍ୟେ ହେଲା
ସଂସାର ଦିଶିଲା ଶୂନ୍ୟ l
ନ ଦିଶିଲା ପୁଣି ରାହା ପୂଣ୍ୟ ବାଟ
ଦୁଃଖରେ କାନ୍ଦିଲା ପ୍ରାଣ,
ନ ମିଳିଲା ଅର୍ଥ କିଛି ହିଁ ତାହାକୁ
କୃପା ଦୟା ହେଲା କ୍ଷୀଣ l
ନିଜ ସ୍ତିରୀ ଶବ କାନ୍ଧରେ ବୋହି କି
ଗାଆଁ ମାଟିରେ ପ୍ରବେଶ,
ମା' ମାଟିର ଧର୍ମ କର୍ମରୁ ମିଳିଲା
ଦନାର ମାଝୀଙ୍କ ଯଶ l

